STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ହିସାବ ଜାଣ

ହିସାବ ଜାଣ

1 min
13.4K


ଶୁଭନାରାୟଣ ଶତପଥୀ


ମନେଇ ସାହୁର ପୁଅ ମାଧିଆ,

ବୋଲିବାଣୀରେ ସେ ଭାରି ଆଗୁଆ । ।

ଖେଳକୁଦ କରେ ସାଙ୍ଗଙ୍କ ମେଳେ,

ସେଥିପାଇଁ ସଭେଁ ମନରେ ଭାଳେ । ।

ପାଠପଢ଼ାକୁ ସେ କରେ ପଛକୁ,

ଆଉ ସବୁଥିରେ ଭାରି ଆଗକୁ । ।

ସଉଦା ଆଣି ଦିନେ ଗଲା ଦୋକାନ,

ହିସାବ ନ ଜାଣି ସେଠି ମଉନ । ।

ଜାଣି ଠକେ ସାହୁକାର ମଦନ,

କାରଣ, ହିସାବ ନଥାଏ ମାଧିଆ ଜ୍ଞାନ । ।

ସାଙ୍ଗ ତା’ର ଦିନେ ଦେଲା ବୁଝାଇ,

ମାଧିଆ ଜାଣି ନିଜ କାନ ମୋଡ଼ଇ । ।

ସେଦିନଠୁ ଗୁରୁ ପାଖେ ବସଇ,

ମନ ଧ୍ୟାନ ଦେଇ ଅଙ୍କ କଷଇ । ।

ହିସାବ ଶିଖି ଗଲା ସଉଦା ଆଣି,

ହିସାବେ ଠକିଲା ମଦନା ପୁଣି । ।

ଏକଥା ମାଧିଆ ପାରିଲା ଜାଣି,

ହିସାବ ବତାଇ ଦେଲା ତତ୍‌କ୍ଷଣି । ।

ସାହୁକାର ମୁହଁ ଆମ୍ବିଳି ପାଣି,

ମାଧିଆ କହଇ ଠକିବୁନି ଆଉ କାହାକୁ ପୁଣି । ।

ସମସ୍ତଙ୍କ ଆଗେ କଲା ବାଜଣା,

ମଦନା ସାହୁକାର ଠକରେ ଗଣା । ।

କହିଲା ସଭିଏଁ ହିସାବ ଜାଣ,

ହିସାବ ଜାଣିଲେ ଯିବ ଠକଙ୍କ ପ୍ରାଣ । ।


Rate this content
Log in

Similar oriya poem from Classics