ହିରୋ
ହିରୋ
ଜୀବନ ହେଉ କି ଚଳଚ୍ଚିତ୍ର ହେଉ
ସବୁଠୁ ଆଗରେ ଥାଏ
ସବୁ ବାଧାବିଘ୍ନ ଆଡେଇ ଚାଲେ ସେ
ଲକ୍ଷ୍ୟରେ ପହଞ୍ଚି ଯାଏ ।
ବିପଦ ଆପଦ ଖାତିର କରେନା
ସାହାଯ୍ୟ ସଭିଙ୍କୁ କରେ
ଭଲ ପାଇବାର କଳାକୁ ଶିଖାଏ
ଆପଣା ପରକୁ କରେ ।
<
/p>
ଭୁଲ ଭାଲ ସବୁ ଠିକ୍ କରିବାକୁ
ଅଣ୍ଟା ଭିଡ଼ି ଆସିଯାଏ
ଦୁଃଖରେ କେ ଯଦି ତାକୁ ଡ଼ାକିଦିଏ
ତୁରନ୍ତ ହାଜିର୍ ହୁଏ ।
ହିରୋ ସେ ବୋଲାଇ ଯେ ମନ ଜିତଇ
ନିଜର ହେଉ କି ପର
ହିରୋ ସବୁବେଳେ ମନରେ ରୁହଇ
କେବେ ହୁଏନାହିଁ ଦୂର ।