ହିରୋ
ହିରୋ
ଅନ୍ୟାୟ ଅଧର୍ମ ପାପ ବୋଲି ଚିନ୍ତି
ସ୍ବର ଉତ୍ତୋଳନ କରେ
ସେହି ଏକା ଏହି ବିଶ୍ଵ ବ୍ରହ୍ମାଣ୍ଡ ରେ
ହିରୋ ଟେ ବୋଲାଇ ପାରେ।।
ଦୁଃଖିର ଆଖିରୁ ଲୁହ ପୋଛି ଦେଇ
ହସର ପସରା ମେଲେ
ପରକୁ ଭାବେ ଯେ ଆତ୍ମୀୟ ସୋଦର
ମନେ ରହେ କାଳେ କାଳେ।।
ଜଞ୍ଜାଳ ଭିତରେ ସମସ୍ତ ସମୟ
ବ୍ୟୟ କରେ ପର ହିତେ
ଭୋକିଲା ପେଟରେ ଆହାର ଦେଇ ସେ
ନିଜ ପେଟ ନ ଚିନ୍ତେ।।
ଗୁରୁଜନେ ରଖେ ସମ୍ମାନ ଭାବନା
ଲଘୁଜନେ ରଖେ ସ୍ନେହ
ନାରୀକୁ ମଣଇ ନାରାୟଣୀ ସମ
ସଭିଙ୍କ ଉପରେ ମୋହ।।
କରମ ତାହାର ସମର୍ପିତ ହୁଏ
ଦେଶ ଓ ଜାତିର କଳ୍ପେ
ଶିଖି ନଥାଏ ସେ ଅୟସ କରିବା
ଶୋଇ ଶେଯେ ତୂଳି ତଳ୍ପେ।।
ଆପଣା ପରର ଭେଦ ଭୁଲେ ଯିଏ
ପାଲଟେ ମସିହା ଟିଏ
ଅଭିନୟ କାରୀ ହିରୋ, ହିରୋ ନୁହେଁ
ହିରୋ ସିଏ ଯିଏ, ଦୁଃଖ ସହି ଖୁସି ବାଣ୍ଟେ।।