ଆତ୍ମ ସଂଯମ
ଆତ୍ମ ସଂଯମ


ଯେ 'ବିଷୟ'ର ଚିନ୍ତା କରେ
'ସଙ୍ଗ' ଲଭେ ସେ ସମ୍ବନ୍ଧରେ||
ସଙ୍ଗରୁ ଜନ୍ମଇ କାମନା
ନରକୁ କରେ ଆନ ମନା||
କାମନାରୁ ଯେ କ୍ରୋଧ ଆସେ
ନରକୁ ଅନ୍ଧ କରି ବସେ||
କ୍ରୋଧରୁ ସମ୍ମୋହ ଜନ୍ମଇ
ସମ୍ମୋହେ ସ୍ମୃତି ଭ୍ରମ ଭାଇ||
ସ୍ମୃତି ଭ୍ରମରୁ ବୁଦ୍ଧି ନାଶ
ତହିଁରୁ ମଣିଷ ବିନାଶ ||
କାମନା କ୍ରୋଧ ମୋହ ମାୟା
ମଦ ମାତ୍ସର୍ଯ୍ୟେ ହେଲେ ବାୟା,
ନରର ହୁଏ ଅଧୋଗତି
ଭୋଗଇ ଭୀଷଣ ଦୁର୍ଗତି ||
ଏ ଷଡ ରିପୁର ପ୍ରଭାବେ
ଦୂଷ୍କୃତି ଭାବ ମନେ ଜାଗେ||
ଇନ୍ଦ୍ରିୟ ଲାଳସା ମନରେ
ବୁଦ୍ଧି ବିବେକ ନାଶ କରେ||
ଚରିତ
୍ର ସମୂଳେ ବିନାଶ
ହୁଅଇ ଜାଣ ସର୍ବ ନାଶ||
ଇନ୍ଦ୍ରିୟ ଲାଳସା ଦମନ
ଷଡ ରିପୁ କଲେ ଦମନ,
ଅସାଧ୍ୟ ସାଧନ କରିବ
ଜୀବନେ ସଫଳ ହୋଇବ,
ସକଳ ସୁଖ ଶାନ୍ତି ପାଇ
ବିଖ୍ୟାତ ହୋଇବ ହେ ଭାଇ||
ଆତ୍ମ ସଂଯମୀ ଯିଏ ଅଟେ
ପଡେନି କେବେ ସେ ସଂକଟେ,
ଷଡ ରିପୁକୁ ଜୟ କରେ
ଅଖଣ୍ଡ ସୁଖ ଭୋଗକରେ,
ପହଞ୍ଚି ସଫଳ ଶୀଖରେ
ଅଖଣ୍ଡ ସୁଖ ଭୋଗ କରେ||
ସଂସାରେ ଯେତେ ନାରୀ ନର
ଆତ୍ମସଂଯମ ଲାଭ କର,
ଷଡ ରିପୁ କରି ଦମନ
ହୁଅ ହେ ତୁମେ ବିଶ୍ବପ୍ରାଣ,
ମର୍ତ୍ତ୍ୟ ବି ବୈକୁଣ୍ଠ ସମାନ
ହୋଇବ ବୋଲି ସର୍ବେ ଜାଣ||