ହିନ୍ଦୁଙ୍କର ନବ ବର୍ଷ
ହିନ୍ଦୁଙ୍କର ନବ ବର୍ଷ
ନେତା ଓ ରକ୍ଷକ ହୁଅନ୍ତି ଭକ୍ଷକ
ମାନବିକତା ଦିଅନ୍ତି ବିକି
ଅସତ୍ୟ ପଥରେ ଗତି କରନ୍ତି ସଦା
ଲୋକଙ୍କୁ ଦିଅନ୍ତି ଠକି ।
ଶୁଣାଇ ଗୀତା ଜ୍ଞାନ ତତ୍ତ୍ୱ ଅଧର୍ମର
ହେଉଛନ୍ତି ସାରଥି
ମାନ ପ୍ରତିପତ୍ତି ପ୍ରଲୋଭନେ ପଡ଼ି
ମାନବିକତା ହରାଅନ୍ତି ।
କେହି ଜାଣେନି କେଉଁଠି କେମିତି
କଅଣ ସମୟ ଆଣିବ
ସଫଳତା କାହାକୁ ପିନ୍ଧାଇବ, ପୁଣି
କାହାକୁ ବିଫଳତା ଦେବ ।
ସମ୍ଯକ ପଥେ ଅଗ୍ରସର ହେଲେ
ଲାଳସାକୁ କରିବ ପ୍ରତିହତ
ସରଳତା ହେଲେ ଜୀବନର ବ୍ରତ
ପାଇବା ସନ୍ତୋଷ ଅପରିମିତ ।
ଅଜବ ଲାଗୁଛି, କାହିଁକି କେଜାଣି
ସଭ୍ୟ ସମାଜରେ ଅଛି ମତାନ୍ତର
ଯଦି ଏକ ଇଶ୍ୱର, ତେବେ କାହିଁକି
ଅନେକ ଧର୍ମ, ତା ଭିତରେ ମନାନ୍ତର ।
ଆଇନ୍ ତା ବାଟରେ ଚାଲୁଛି, ନାଲି
ଫାଇଲ ଭିତରେ ହୋଇଛି ଥୁଆ
ଅଧିକାର ସବୁ ସମ୍ବିଧାନ ଓ ଆଇନ
ବହିରେ ଅଛି, ଫସର୍ ଫାଟୁଛି ତାହା ।
ମାୟା ମୃଗ ପଛେ ଗୋଡ଼ାଇ ଗୋଡାଇ,
ସବୁ ଥାଇ ଆଜି କାହିଁ ଶାନ୍ତି
ଅତ୍ଯଧିକ ଧନ ଅତ୍ଯଧିକ ପ୍ରତିଷ୍ଠା ଲାଳସା,
ଗର୍ବ ଅହଙ୍କାରେ କରୁଛେ ଗତି ।
କର୍ତ୍ତବ୍ୟ ବୋଝ ମୁଣ୍ଡେଇ, ଆନ ମୁଖେ ଯେ
ହସ ଫୁଟାଉଛି ଦୁଃଖ ପାଏ ସିଏ
ଦେଶ଼ର ପ୍ରଗତି ପାଇଁ ନୂଆ ବର୍ଷରେ ନେବା
ସକଂଳ୍ପ ମିଶି ହସ ଭରିବା ତା ମୁହେଁ ।
