Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ହିମାଦ୍ରୀ ଭ୍ରମଣ

ହିମାଦ୍ରୀ ଭ୍ରମଣ

1 min
323



ନମସ୍ତେ ଅପର୍ଣ୍ଣାମାତା ତୁମ୍ଭ ପିତ୍ରାଳୟ ।

ପରମ ତୃପ୍ତି ଲଭିଲୁ ଦେଖି ହିମାଳୟ ll

ଉତ୍ତର ଦିଗେ ପୃଥିବୀ ମାନଦଣ୍ଡ ଯଥା l

ଗିରି ରାଜ ହିମାଳୟ ଟେକିଅଛି ମଥା ll

ଏଭରେଷ୍ଟ, ଅନ୍ନପୂର୍ଣ୍ଣା ମହା ମହା ଶୃଙ୍ଗ ।

ମଥା ଟେକିଛନ୍ତି ଯଥା ଅନନ୍ତ ଭୁଜଙ୍ଗ ll

ହିମାଦ୍ରୀ ଶିଖରେ ପୁଣି କୈଳାଶପର୍ବତ l

ବସତି ରଚି ଅଛନ୍ତି ବାବା ଉମାକାନ୍ତ ll

ମନୋହର ହ୍ରଦ ପୁଣି ମାନ ସରୋବର l

ପାରିଲୁନି ଦେଖି ଯାହା ଅଟେ ବହୁଦୂର ll

ତୋ କରୁଣାବଳେ ବାବା ପଶୁପତିନାଥ l

ଦର୍ଶନେ ଲଭିଲୁ ଆମ୍ଭେ ସୁକୃତ ବହୁତ ll

ଗାଙ୍ଗଟକ ଠାରେ ଦେଖି କାଞ୍ଚନ ପର୍ବତ l

କାଞ୍ଚନଜଙ୍ଗା ତନୁ ଯା ତୁଷାରେ ଆବୃତ୍ତ ll

ଦାର୍ଜିଲିଙ୍ଗ ମନୋରମ ଶଇଳ ନିବାସ l

ଦୁଇ ଦିନ ପାଇଁ କଲୁ ସୁଖମୟ ବାସ ll

ବୃକ୍ଷ,ଲତା ସୁଶୋଭିତ ହରିତ ଅରଣ୍ୟ l

ତହିଁ ନିର୍ଭୟେ କ୍ରୀଡ଼ନ୍ତି ପଶୁ ପକ୍ଷୀ ଗଣ ll

ନୀଳ ଶୈଳ ମଧ୍ୟେ ପୁଣି ଲାଗିଥିଲା ବୃଷ୍ଟି l

ହେ ବିଶ୍ୱବିନ୍ଧାଣି ଜୟ,ଧନ୍ୟ ତଵ ସୃଷ୍ଟି ll

କାଷ୍ଠର ଅଟ୍ଟାଳି ମୟ ମନୋହର ପୁର l

କାଠମାଣ୍ଡୁ ରାଜଧାନୀ ନେପାଳ ନବର ll

ଶ୍ରୀକାମଚଣ୍ଡୀ ଦର୍ଶନେ ପୁରାଇଲୁ ଆଶା l

କାଉଁରୀ କାମାକ୍ଷା ସଦା ବିପଦେ ଭରସା l

ଠାବେ ଠାବେ ଭଗବାନ ବୁଦ୍ଧଙ୍କ ଦର୍ଶନ l

କରୁଣା ମୟଙ୍କ ପାଦେ ବାଞ୍ଚିଲୁ ଶରଣ ll

ଚେରାପୁଞ୍ଜିଠାରେ ଦେଖି ବାଦଲର ଘଟା l

ପୁଞ୍ଜି ପୁଞ୍ଜି ସାଉଁଟିଲୁ ସ୍ମୃତି ଛତା ଗୋଟା ll

ପନ୍ଦର ଦିନେ ଏ ଯାତ୍ରା ମନୋହର ଅତି l

ସଙ୍ଗେ ରହିଥିଲେ ମହାରାଣୀ ଅରୁନ୍ଧତୀ ll

ସର୍ପିଳ ପାହାଡ଼ି ପଥେ ଯାତ୍ରା ଥିଲା କଷ୍ଟ l

କଥା ଅଛି ଭାଇ କଷ୍ଟେ ମିଳନ୍ତି ଶ୍ରୀକୃଷ୍ଣ ll

ଶେଷରେ ଦର୍ଶନ କଲୁ ମାୟାପୁରେ ଆସି l

ମାୟାଧର ଗୋପୀନାଥ ପ୍ରଭୁ ବ୍ରହ୍ମରାଶି ll

ଜୟ ଜୟ ଜଗନ୍ନାଥେ ବୁଦ୍ଧ ଅବତାରେ l

ଚରଣେ ଶରଣ ଜୟ ଜଗଦୀଶ ହରେ ll

      


Rate this content
Log in

Similar oriya poem from Inspirational