STORYMIRROR

Satyabati Swain

Abstract

2  

Satyabati Swain

Abstract

*ହେଉନି ଠିକଣା କିଛି*

*ହେଉନି ଠିକଣା କିଛି*

1 min
320

ଦିନଟି ଖୋଜୁଛି ବର୍ଷାତି,ସାଲ୍ ସ୍ବେଟର

କମ୍ବଳ ଖୋଜୁଛି ସଞ୍ଜ

ଉ ଆ ଶବ୍ଦ ସଭିଙ୍କ ମୁହଁରେ ଲୋ ମିତ

ଦୋହଲି ଯାଉଛି ମଞ୍ଜ


ଶୀତୁଆ ଦିନର କୋହଲା ପବନ

ତା ସଂଗେ ବରଷା ଟୋପା

ବାହାରକୁ ଗଲେ ଦାନ୍ତେ ଦାନ୍ତ ବାଜି

ଛଡାଇ ଦେଉଛି ଚୋପା


ନଅସି ନଅସି ଆମ ଶୀତ ମାଉସୀ

ଏସନ ଆସିଲା ବୋଲି

ଶୀତକୁ ଖୋଜିଲେ ଆତୁରେ ଅଧୀରେ

ଶୀତ ଏବେ ପଡେ ଭାରି


ପାଣି ତ ଲାଗୁଛି ନିଆଁ ପରି ଆହା

ନିଆଁ ଲାଗେ ପାଣି ପରି

ଶୀତ ବସ୍ତ୍ର ଏବେ ଗେହ୍ଲେଇ ହୁଅନ୍ତି

ସବୁରି ପ୍ରେମ ପାଏ ବୋଲି


ପଉଷ ଶୀତର କାଲୁଆ ପବନ

ତା ସଂଗେ ବର୍ଷାର ପାଗ

ପିଆଜ ହିରୋଇନ୍ ମୂର୍କି ମୂର୍କି ହସେ

ନଲେ ଖୋଜା ପଡ଼ିଥାନ୍ତା ଆଗ


ଗରମ ମୁଢିରେ ସୋରିଷ ତେଳକୁ

ଚୁନ୍ ଚୁନ୍ ପିଆଜ କଟା

ଏମିତି ପାଗରେ ଲୋଡ଼େ ବୋଲି ପାଟି

ପିଆଜ ଦେଖାଏ ତା ଛଟା


ବେସନ ଆଳୁର ପକୁଡି ଟିକିଏ

ଏ ପାଗକୁ ସିନା ଲୋଡ଼ା

ପିଆଜ ଭାଉ ଦେଖି ଆଳୁ ଏବେ 

ଦାନ୍ତ ନିକୁଟି ହସୁଛି ପରା


ଆମେ ଅଳସୁଆ ଶୀତେ ଥୁରୁ ଥୁରୁ

ଚାଷୀ କିନ୍ତୁ ବିଲେ ଦିଶେ

ଖରା ,ବରଷା ,ଶୀତ,କାକର ହାକିମି

ତା ଦୁଆରେ କି ପଶେ


ସତ ତ ଏମିତି ଶାସ୍ତ୍ର ଟି କହିଛି

ଉଦ୍ ଯୋଗୀ ଜନର ପାଇଁ

କି ଶୀତ କି ଖରା କି ଅବା ବରଷା

ତାକୁ ତ ଡ଼ରାଏ ନାହିଁ


ହାଡ଼ ଭଙ୍ଗା ଜାଡ ସାଙ୍ଗକୁ ଲୋ ମିତ

ଚାଷୀ ଦୁଃଖ ଯାଏ ବଢି

ବାରମ୍ବାର ବାତ୍ୟା ପୁଣି ଏ ବରଷା

ତାକୁ ଭାଙ୍ଗି ଦିଏ ମୋଡି ମାଡି


ଋତୁ ଚକ୍ର ମିତ ବାଟ ଭୁଲି ଯାନ୍ତି

ହେଉନି ଠିକଣା କିଛି

ଆମେ ତ ମଣିଷ ସବୁ କଲୁ ଧ୍ୱଂସ

କା'ରେ କିବା ଦୋଷ ଅଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract