STORYMIRROR

Pranati Mahapatra

Inspirational Abstract Others

3  

Pranati Mahapatra

Inspirational Abstract Others

ହେଉ ଧର୍ମ ସଂସ୍ଥାପନ

ହେଉ ଧର୍ମ ସଂସ୍ଥାପନ

1 min
13.7K


ପ୍ରେମ ପ୍ରଣତି- ୬୨

    

ଅହିଂସା ପୂଜାରୀ ମହାମନୀଷି

  ଧୀରବାଣୀ ହସି ବାକ୍ୟର ବାଣୀ,

ଜ୍ଞାନର ଭଣ୍ଡାର ଖୁନ୍ଦି ଦେହରେ

   ନିରସ୍ତ୍ର ଯୁଦ୍ଧରେ ବିଜୟୀବୀର।

ବୁଦ୍ଧି, ଜ୍ଞାନ ଆଗେ ପରାଜିତ ପ୍ରାର୍ଥୀ

 ଗୋରା ସରକାର ଇଂରେଜ ଦଳ

ସତ୍ୟ,ଧର୍ମ, ଆଉ ଅହିଂସା ପଥରେ

 ଅସହଯୋଗ ଆନ୍ଦୋଳନରେ।

ବିତାଡିତହେଲେ ଅନନ୍ୟୋପାୟ ହୋଇ,

ବିଜୟର ବାନା ଉଡ଼ାଇ ଦେଇ।

ଯଶକୀର୍ତ୍ତୀ ତୁମର ଅକ୍ଷୟ ହୋଇ

କାଳକାଳକୁ ସ୍ଵର୍ଣ୍ଣାକ୍ଷରେ ଇତିହାସ 

   ମଧ୍ୟେ ଲିପିବଦ୍ଧ ଥାଇ।

........

ସ୍ଵପ୍ନର ରାମରାଜ୍ୟ ଆଜି

ଧ୍ଵସ୍ତବିଧ୍ୱସ୍ତ...

ରାକ୍ଷସ ପ୍ରବୃତ୍ତି ମଧ୍ୟେ ଅହରହ

ଚଳପ୍ରଚଳେ,

ଭୁଲିଯାଇ ମାନବିକତାର ମଧୁ,

ଆପଣେଇ କ୍ରୋଧ, ହିଂସା,ପରଶ୍ରୀକାତରତା

ବଶବର୍ତ୍ତୀ ମିଥ୍ୟାର ବନ୍ଦୀଶାଳେ,

ଦୂରେ ଆଜି ବହୁଦୂରେ

ସତ୍ୟର ସୁନ୍ଦର ବନାନୀ ଠାରୁ

ଭାଇକୁ ଭଗାରୀ ତୁଲ୍ୟ

ନାଶି ପ୍ରାଣ,

କନ୍ୟାକୁ କୁଚକ୍ଷୁରେ ନେଇ

କରି ସେ ଦୁଷ୍କର୍ମ,

ପିତାମାତା ଚଳତ୍ ଦେବ ଭୁଲି

ଦିଅଇ କଷଣ ,

ଅସତ୍ୟ,ଅକର୍ମେ ମାତି

କରି ମଦ୍ୟପାନ,

ବିସ୍ମୟ ହୋଇ ସଂପର୍କରେ

କରେ ଘୋର ଯୁଦ୍ଧ।

ଗାନ୍ଧୀବାଦ,ରାମରାଜ୍ୟ

ତା ପାଇଁ ମୂଲ୍ୟହୀନ।

ଥରେ,

ଥରେ ଆସି କରି ପଦାର୍ପଣ,

ଦିଅ ଏ ବିପଥଗାମୀ ମଣିଷ ସମାଜକୁ,

ସତ୍ୟ,ନ୍ୟାୟ, ଅହିଂସାର

ସୁଧାମ୍ଭୃତ ପେଇ,

ହସିଉଠୁ ଭାରତ ମାଆ ମୋ

ସାକାର ହେଉ ତବ ସ୍ଵପ୍ନ।

ବହିଯାଉ ପ୍ରେମ ମୈତ୍ରୀ, 

ଶାନ୍ତିର ମଳୟ,

ହେଉ ଧର୍ମ ସଂସ୍ଥାପନ,

ଏହାହିଁ ତବପାଦେ

ମୋର ବିନମ୍ର ନିବେଦନ।

କୋଟି କୋଟି ପ୍ରଣିପାତ ଘେନ।

     ଶିକ୍ଷୟିତ୍ରୀ

   ପ୍ରଣତି ମହାପାତ୍ର

   ବାଲେଶ୍ୱର


Rate this content
Log in

Similar oriya poem from Inspirational