ହେରାପଞ୍ଚମୀରେ ପଞ୍ଚମ ହୋଇ
ରଥକାଷ୍ଠ ମାତା ଭାଙ୍ଗନ୍ତି ଯାଇ
ଦେଖାଇବାକୁ ସଂସାର ଏହି
ଦାମ୍ପତ୍ୟ କଳହ ଭଲ ଲାଗଇ
କଳହ ନଥିଲେ ସୁଖ କି ଥାଇ
ପ୍ରେମ ଫଗୁଣରେ ପରାଗ ହୋଇ
ସଂସାରକୁ ବାର୍ତ୍ତା ଦିଅନ୍ତି ଲଷ୍ମୀମାଇ
ପୁରୁଷ ଓ଼ ନାରୀ ସଂସାର ମୁଦ୍ରାର
ଦୁଇ ପାର୍ଶ୍ୱ ବୋଲାଇ
ଅଭିମାନେ ସ୍ତ୍ରୀ ଋଷି ବସଇ
ଜଗନ୍ନାଥ ରସଗୋଲା ଆଣି ଆସିବେ ସାଇଁ
ବାଟ ଛାଡ଼ିବେ ମାଆ ରାଗରୋଷ ଭୁଲିଯାଇ
ଏହି ମଧୁର ବାର୍ତ୍ତା ଜଗତଠାକୁରାଣୀ ଦେଇ
ବୋଲନ୍ତି ଅଭିମାନ ବୁଝ ପୁରୁଷ ତୁହି
ନନେଲେ ସଙ୍ଗେ ପରାଭାବ ପାଇ
ଯାଇଛ ଯଦି ଭାଇ ଭଉଣୀ ନେଇ
କେମିତି ଫେରିବ ଦେଖିବି ମୁହିଁ
ଏମିତି କହି ଋଷି ଠାକୁରାଣୀ ଲଷ୍ମୀମାଇ
ସ୍ତ୍ରୀକୁ ମିଳୁ ନ୍ୟାୟ ସଭିଙ୍କ ମଧ୍ୟରେ ରହି
ଅଧିକାର ଅଛି ସ୍ୱାମୀଙ୍କୁ କହି
ବୁଲେଇ ନେବାର ବାହାନା ଏହି
ମଣିଷର ଚଳଣି ନେଇ ଠାକୁରାଣୀ
ହେରାପଞ୍ଚମୀରେ କାଷ୍ଠ ଭାଙ୍ଗିବା ପାଇଁ
ଗୁପତରେ ରଥ କାଠ ଭାଙ୍ଗି ମହାମାୟୀ
କି ଲୀଳା ଖେଳା କର ଗୋସେଇଁ
ଦୁଃଖ ସୁଖ ଭୁଲି ଭକ୍ତ ଦେଖଇ ନିଠେଇ