Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Inspirational

3  

ତାରାପ୍ରସାଦ ଜେନା

Inspirational

ହେନ୍ତାଳ ଜଙ୍ଗଲ

ହେନ୍ତାଳ ଜଙ୍ଗଲ

1 min
275



ହେନ୍ତାଳ ଜଙ୍ଗଲ ମହତ୍ତ୍ଵ ଜାଣିବା

ଆସ ହେ ଭଉଣୀ ଭାଇ

ଲୁଣା ଜଙ୍ଗଲର ସୁରକ୍ଷା ଚିନ୍ତାରେ

ସଭିଏଁ କର୍ମଠ ହୋଇ !


ଉଚ୍ଚ ନଦୀ ବନ୍ଧ ମୃତ୍ତିକା କ୍ଷୟକୁ

ସହଜେ ରୋକୁଛି ଆଗ

ସାମୁଦ୍ରିକ ଝଡ଼ ବାତ୍ୟାର ପ୍ରକୋପ

ଦବାଇ ଦେଉଛି ବାଗ,

ଲୁଣା ଜଙ୍ଗଲକୁ କରିବାନି ନଷ୍ଟ

ବୃକ୍ଷକୁ ନିଜର ଥାଇ !


ବିଭିନ୍ନ ପ୍ରଜାତି ପକ୍ଷୀମାନଙ୍କର

ରହିଛି ଏଠାରେ ବାସ

କଙ୍କଡ଼ା ଚିଙ୍ଗୁଡ଼ି କେତେ ମାଛ ପୁଣି

ବଢ଼ାନ୍ତି ଅଣ୍ଡାରେ ବଂଶ,

ଜଳଚର ଜୀବ କଥାଟି ବୁଝିବା

ପ୍ରକୃତି ପ୍ରେମରେ ଯାଇ !


ସ୍ଥଳ ବୃକ୍ଷ ଠାରୁ ଲୁଣା ଜଙ୍ଗଲରେ

ଅଧିକ ଗୁଣର ବୃକ୍ଷ

ଅଙ୍ଗାରକାମ୍ଳକୁ ଗ୍ରହଣ କରିବା 

ଅଧିକ ଭାବରେ ଦକ୍ଷ,

ମଣିଷ ପାଇଁକି ଉପକାରୀ ସତେ

ଭଲରେ ପାରୁଛୁ ଜୀଇ !


ପୃଥିବୀ ଉତ୍ତାପ ଶୀତଳ କରୁଛି

ଲୁଣା ଜଙ୍ଗଲର ସ୍ଥିତି

ପାଗ ଅନୁକୂଳ ରଖିବା ଦାୟିତ୍ବ 

ରଖିଛି ଅନେକ ଖ୍ୟାତି,

ଉଚ୍ଚ ଜୁଆରକୁ ପ୍ରତିହତ କରେ

ବେଳାକୁ ଅଭୟ ଦେଇ !


ଫଣି, ଫାଇଲିନ୍, ହୁଡୁହୁଡ୍ ସାଥେ

ସୁନାମୀ ଭୋଗିଛେ କଷ୍ଟ

ଦୈବୀ ଦୁର୍ବିପାକ ଏମିତି ବୋଲିକି 

ସମୟ କରନି ନଷ୍ଟ ,

ପ୍ରତିକାର ଲାଗି ସଜାଗ ହୋଇବା

ହେନ୍ତାଳ ବଣକୁ ନେଇ !



Rate this content
Log in

Similar oriya poem from Inspirational