STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ହେନାଥ

ହେନାଥ

1 min
215


ହେ ନାଥ ଅନାଥ ନାଥ ଦୀନ ଜନବନ୍ଧୁ,

 ଅଖିଳ ପତି ଅଗତି ଗତି କୃପାସିନ୍ଧୁ |

ତୁମ୍ଭେ ଥାଉ ଥାଉ ନାଥ,

କାହା ପାଦତଳେ ମୋର ଗଡ଼ାଇବି ମାଥ।।୧।।


ବଳି ଠାରୁ ବଳି ଅଟେ ତୁମ୍ଭ ଦାତା ପଣ,

ପୃଥିବୀଠୁ ଗରୁ ତୁମ୍ଭ କ୍ଷମାଶୀଳ ଗୁଣ ।

ଏତେ ବଡ ପ୍ରଭୂ ଥାଇ,

ଅନ୍ୟର ଦୁଆରେ ହାତ ପତାଇବି କାହିଁ ।।୨।।


ବିଶ୍ଵ ନିୟନ୍ତା ପୁରୁଷ ସର୍ବ ପରିବ୍ୟାପ୍ତ,

ଘଟେ ଘଟେ ଆତ୍ମା ରୁପେ ଅଛ ହେ ଅନନ୍ତ ।

ଆହେ ପ୍ରଭୁ ଆତ୍ମାରାମ,

ତୁମ୍ଭ ବିନା ଅନ୍ୟଠାରେ ମୋର କିବା କାମ ।।୩।।


କୃପା କରିଅଛ ମର୍ତ୍ତ୍ୟପୁରେ ଦେଇ ଜନ୍ମ,

ହେ କୃପା ନିଧାନ ଦୟାନିଧି ଭଗବାନ ।

ତୁଣ୍ଡେ ଥିବ ତୁମ ନାମ ,

ତବ ଶ୍ରୀ ଅମୃତନାମ ଭଜି ଯାଉଦିନ ।।୪।।


ଦୁ8ଖେ ନୁହେଁ ଅବସାଦ ସୁଖରେ ଉଲ୍ଲାସ,

ତୁମ୍ଭ ରୁପ ନାମ ଗୁଣ ପ୍ରେମ ସୁଧା ରସ ।

ସ୍ମରି ନିତ୍ୟ ନିରନ୍ତର ,

ଅପ୍ରମାଦ ପଡ଼ିଲେବି ନ ଭୂଲେ ମନର ।।୫।।


ହେ କୃଷ୍ଣ କରୁଣା ସିନ୍ଧୁ ଦୟାମୟ ହରି,

ପ୍ରଭୁ ପତିତ ପାବନ ଅଖିଳ ବିହାରୀ ।

ଦୟାକର ଦୀନନାଥ,

ତୁମ୍ଭେ ନରଖିଲେ ନାଥ ହେଲି ମୁଁ ଅନାଥ ।।୬।।



Rate this content
Log in

Similar oriya poem from Inspirational