STORYMIRROR

Ghanashyam Biswal

Inspirational

2  

Ghanashyam Biswal

Inspirational

ହେବୁ ତୁ ସଫଳ

ହେବୁ ତୁ ସଫଳ

1 min
183

ମନରେ ତୋହର ଟାଣ କରି ବାବୁ

ହୃଦୟରେ ଦୃଢ଼ ଭାବନା ଥିଲେ

ସାତ ସମୁଦ୍ରକୁ ପାରି ହେବୁ ବାବୁ

ଧୌର୍ଯ୍ୟ ରଖି ସବୁ କଷ୍ଟ ସହିଲେ


ଜୀବନରେ ଝଡ଼ ଆସେ କେତେ ବାବୁ

କରିବାକୁ ତୋର ସପନ ଚୂନା

ଭାଙ୍ଗିବୁନି ମନ ଛାଡ଼ିବୁନି ଆଶା

କରିବୁନି ତୋର ମନକୁ ଉଣା


ଇର୍ଷାରେ କହିବେ ନାନା କଥା ବାବୁ

ଗୋଡ଼ ଟାଣିବେ ତୋ ଦୁର୍ଯୋଗ ଦେଖି

ସତର୍କ ପ୍ରହରୀ ସାଜିଥିବୁ ବାବୁ

ତାଙ୍କ କଥା ଶୁଣି ଯିବୁନି ଡରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational