STORYMIRROR

Ghanashyam Biswal

Inspirational

2  

Ghanashyam Biswal

Inspirational

ହେବୁ ତୁ ସଫଳ

ହେବୁ ତୁ ସଫଳ

1 min
171

ମନରେ ତୋହର ଟାଣ କରି ବାବୁ

ହୃଦୟରେ ଦୃଢ଼ ଭାବନା ଥିଲେ

ସାତ ସମୁଦ୍ରକୁ ପାରି ହେବୁ ବାବୁ

ଧୌର୍ଯ୍ୟ ରଖି ସବୁ କଷ୍ଟ ସହିଲେ


ଜୀବନରେ ଝଡ଼ ଆସେ କେତେ ବାବୁ

କରିବାକୁ ତୋର ସପନ ଚୂନା

ଭାଙ୍ଗିବୁନି ମନ ଛାଡ଼ିବୁନି ଆଶା

କରିବୁନି ତୋର ମନକୁ ଉଣା


ଇର୍ଷାରେ କହିବେ ନାନା କଥା ବାବୁ

ଗୋଡ଼ ଟାଣିବେ ତୋ ଦୁର୍ଯୋଗ ଦେଖି

ସତର୍କ ପ୍ରହରୀ ସାଜିଥିବୁ ବାବୁ

ତାଙ୍କ କଥା ଶୁଣି ଯିବୁନି ଡରି


Rate this content
Log in

Similar oriya poem from Inspirational