STORYMIRROR

pranati Mahapatra

Abstract

2  

pranati Mahapatra

Abstract

ହେବି ସେ ଦେବଙ୍କ ପାଦପାଣ୍ଡୋଇ

ହେବି ସେ ଦେବଙ୍କ ପାଦପାଣ୍ଡୋଇ

1 min
267

ସୃଷ୍ଟିର ବିସ୍ମୟ ସଜୀବ ମାନବ,

ଆହୁରି ବିସ୍ମୟ ଜନ୍ମଦାତା ଜନ୍ମଦାତ୍ରୀ,

ମାଟିରୁ ଆକାଶ ବାୟୁରୁ ପାଣି

ସବୁଠାରୁ ସେ ଅଲଗା ଥାଆନ୍ତି

ସୃଷ୍ଟିର ଜୀବନ୍ତ ଦେବାଦେବୀ 

ଭଗବାନଙ୍କ ର ଅମୂଲ୍ୟ ଦାନ

ବାପା ଆଉ ମାଆ

ବାପା

ତୁମେ ତ ଜାଗ୍ରତପ୍ରହରୀ ସଭିଙ୍କ ପାଇଁ,

ଘର ମେରୁଦଣ୍ଡ ତ ସନ୍ତାନ ର ମେଘନାଦ ପ୍ରାଚୀର,

ଶିକ୍ଷାର ଗଣେଶ ଆଉ ଶୃଙ୍ଖଳାର ଈଶ,

ସ୍ନେହ ପ୍ରେମ ମମତାର ସୁଗନ୍ଧ ଚନ୍ଦନ,

ଶ୍ରେଷ୍ଠ ଚିକିତ୍ସକ ବାପା ତୁମେ ଅଶ୍ଵିନୀକୁମାର ,

ମୋ ଚଲାବାଟର ପରା ତୁମେ ବତୀଘର

ଆଶ୍ଵାସନା,ଧୈର୍ଯ୍ୟଶକ୍ତି,ସାହସର ଭଣ୍ଡାର,

କାନ୍ଧେବୋହି ବୁଲାଅ ତ ମୋର ଶୈଶବର

ବାପା

ଦେଇଦେଇ କେବେ ଥକି ପଡିନାହଁ

ମନା ବି କରିନ କେବେ,

ଯେତେ ଚାହୁଁଥିଲି ମୋ ମନଇଚ୍ଛାକୁ

କେବେ ଆକଟ କରିନ ଭାବେ

ଦ୍ଵାରବନ୍ଧ ହୋଇ ସୁରକ୍ଷା ଦେଇଛ

ଶ୍ରେଷ୍ଠ ସୈନିକଟେ ହୋଇ,

ବାଣ୍ଟି ଚାଲୁଥାଅ ପ୍ରତ୍ୟାଶା ନରଖି 

ପାଖେ ପାଖେ ରହି ରହି

ଦୁର୍ଲ୍ଲଭ ମାନବ ଜୀବନ ପାଇଛି 

କେବଳ ତୁମରି ପାଇଁ,

ଶିରାପ୍ରଶିରାରେ ତବ ମହାଦାନ

ବହୁଅଛି ଲହୁ ହୋଇ

ତବ ପାଦଧୂଳି ମୋ ଦେହରେ ବୋଳି

ମୋ ସଂସାର ନେବି ବାହି,

ହେ ବିଶ୍ଵବିଧାତା କରିଦିଅ ମୋତେ 

ସେ ଦେବତାଙ୍କ ପାଣ୍ଡୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract