STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ହେବାନି କଦାପି ମାଛିଟିଏ

ହେବାନି କଦାପି ମାଛିଟିଏ

1 min
201


ପୂତିଗନ୍ଧମୟ   ନାଳ ଓ ନର୍ଦ୍ଦମା

    ପଚାସଢା ଆବର୍ଜନା

ଜନ୍ମ ବାସସ୍ଥାନ  ମାଛିଙ୍କର ଅଟେ 

   ଥାଏ ତାଙ୍କ କ୍ଷୁଦ୍ର ଡେଣା ।

ବସନ୍ତି ଉଡି ସେ  ଖାଦ୍ୟ ପଦାର୍ଥରେ

    ଛାଡନ୍ତି ରୋଗଜୀବାଣୁ

ଘାଆ ଘାଉଡ଼କୁ    କରନ୍ତି ଦୂଷଣ

    ପୋକପୂଜ ସାଲୁବାଲୁ ।

ମାଛି ଯୋଗୁଁ ବ୍ୟାପେ  ରୋଗ ମହାମାରୀ

     ହଇଜା ଓ ଡାଇରିଆ

ମାଛି ହିଁ ବାହକ   ପ୍ରଧାନ କାରକ

    ସଙ୍କ୍ରାମକ ରୋଗ ଡିଆଁ ।

ସ୍ୱଚ୍ଛ ପରିବେଶ   ତଟକା ଆହାର

      ଶରୀର ପରିଚ୍ଛନ୍ନତା

ମାନବ ମାତ୍ରକେ  ଅତି ଆବଶ୍ୟକ

     ସମ୍ପଦ ସୁଖ ସୁସ୍ଥତା ।

ସର୍ବଦା ସତର୍କ   ହୋଇ ସାବଧାନ

     ମାଛିଠୁ ରହିବା ଦୂର

ନିବୁଜ ରଖିବା   ନାଳ ଓ ନର୍ଦ୍ଦମା

     ବିଶୋଧିତ ବର୍ଜ୍ୟସ୍ଥଳ ।

ରକ୍ତ ମାଂସ ଗଢା  ମାନବ ଶରୀରେ

      ଅଛି ଅଙ୍ଗ ନିଷ୍କାସନ

ନିର୍ଗତ ହୁଅଇ    ଶରୀର ମଧ୍ୟରୁ

    ମୃତକୋଷ ବର୍ଜ୍ୟମାନ ।

ଦୂଷିତ ଅଖାଦ୍ୟ  ଗରିଷ୍ଠ ଭୋଜନ

     ଦୁରାଚାର ବଦଗୁଣ

ସୃଷ୍ଟି କରିଥାଏ  ରୋଗ ନାନା ବିଧ

     ରକ୍ତ କରେ ପ୍ରଦୂଷଣ ।

ସରଳ ସ୍ୱଚ୍ଛନ୍ଦ   ନହେଲେ ମାନବ

     ସତ୍ୟ ଆଧାରିତ ଲକ୍ଷ୍ୟ

ନରକର କୀଟ   ସଦୃଶ ଜୀବନ

      ଦୁଷ୍ଟ ନର ସହସ୍ରାକ୍ଷ ।

ହେବାନି କଦାପି   ମାଛିଟିଏ ପରି

     ରୋଗ ଦୁଃଖ ପ୍ରଦୂଷକ

ସରଳ ସୁନ୍ଦର   ସରସ ସୁଗନ୍ଧେ

      ବିତରିବା ସୁମହକ ।

          ------


Rate this content
Log in

Similar oriya poem from Inspirational