ହେବ ପ୍ରେମ ଫାଟ
ହେବ ପ୍ରେମ ଫାଟ


ପ୍ରେମର ନାୟିକା ମୋ ପ୍ରେମ ସୁନ୍ଦରୀ
କରିଛି ଅଧୁନା ପର
କଳ୍ପନାର ପୋତେ ମୋ ପାଶେ ଆସୁଛି
ଚୋରିକରି ନିଦ ମୋର |
ସବୁବେଳେ ଥାଏ ଅନ୍ୟର କୋଲରେ
ବିଜି ବିଜି ଫୋନ କହେ
କଥା ସରିଗଲେ ମେସେଜ କରିବ
ସାଙ୍ଗ ବୋଲି ଗୀତ ଗାଏ |
କହେ ସେ ସର୍ବଦା ଗର ଗର ହୋଇ
କରୁଛୁ ସନ୍ଦେହ ମୋତେ
ଭାବୁଛି ତୋତେ ମୁଁ ମୋର ଜୀବଧନ
ଭଲ ମୁଁ ପାଉଛି କେତେ |
ପଚାରୁଛି ତୋତେ ଆଲୋ ନିରିମାଖି!
ଯଦି ଭଲପାଉ ମୋତେ
ମାସକେ ଥରେ ତୁ&nbs
p;ମେସେଜ କରୁଛୁ
ମାସଟେ ଭୁଲୁଛୁ ମୋତେ |
କେବେ କେବେ ତୁହି ଫୋନ କରୁଛୁ
ଧନ ମୋର କିଆଁ କର
ଧନ ଧନ କହି ଦୁଲାରୀ କରୁଛୁ
ମାସେ ନାମ ଆଉ କା'ର |
ସବୁବେଳେ ଭାବେ ମନଟି ମୋହର
କରିବାକୁ ତୋତେ ରାଣୀ
ମୋତେ ଭାବିଦେଉ ମାଟିର ଖେଳନା
ଖେଳି ତୁ ଯାଉଛୁ ଜାଣି |
ସମ୍ପର୍କରେ ଆମେ ପ୍ରେମିକ ପ୍ରେମିକା
ପ୍ରେମରେ ପଡୁଛି ଫିକା
ନିଜର ଭାବି ନା ପାଇକର ଭାବି
କରୁଛୁ ତୁ ଅଣଦେଖା |
ଜାଣୁଛି ଜାଣୁଛି ଜାଣୁଛି ଲୋ ସାଥି!
ତୋର ଅଭିନୟ ନାଟ
ଯଦି ତୁ ଚାଲିବୁ ଏଭଳି ପଥରେ
ଦିନେ ପ୍ରେମ ହେବ ଫାଟ ||