STORYMIRROR

Budhadeba Nayak

Inspirational

4  

Budhadeba Nayak

Inspirational

ହେ ଉତ୍କଳ ବୀର

ହେ ଉତ୍କଳ ବୀର

1 min
317

ହେ ଉତ୍କଳ ବୀର

ସହିବ କି ତୁମେ ତୁମରି ଶରୀରୁ

       ଖଣ୍ଡେ କିଏ ନେଇଗଲେ

ଦେଇପାରିବ କି ତୁମ କିଛି ଅଂଶ

       ଅନ୍ୟ କେହି ଖଣ୍ଡ କଲେ |

ହେ ଉତ୍କଳ ବୀର

ଚେଇଁ ଶୋଇବ କି ତୁମ ଘରୁ କିଏ

         ଚୋରି କରି ନେଇଗଲେ

ଚାହିଁ ରହିବ କି ତୁମରି ଜମିରେ

         କିଏ ହଳ ବୁଲାଇଲେ |

ହେ ଉତ୍କଳ ବୀର

ଆଜି କେମିତି ଶୋଇପଡ ତୁମେ

          ଅଚେତ ନିଦ ରାତିରେ

ପୋଡ଼ସୀ ନେଉଛି ଆମ ମାଆ ମାଟି

           ଖଣ୍ଡ କରି ଚାରି ଆଡ଼େ |

ହେ ଉତ୍କଳ ବୀର

ମନେ ପକାଅ ଆଜି ସେହି କବିତା

ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି

ଉଠ ଗତ ଗୌରବ ମୃତ୍ୟୁ ଗୌରବ ରାଜି |

ହେ ଉତ୍କଳ ବୀର

ଚେଇଁ ଉଠ ଆଜି ସେ ମଡ଼ା ଶରୀରୁ

          ହୁଅ ନାହିଁ ଦୁର୍ବଳ

ପଖାଳ ଖିଆ ଓଡ଼ିଆ ବୀରଙ୍କ

         ଦେଖାଇବା ଆଜି ବଳ |


Rate this content
Log in

Similar oriya poem from Inspirational