STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ହେ ସୂର୍ଯ୍ୟ ଦେବତା

ହେ ସୂର୍ଯ୍ୟ ଦେବତା

1 min
675


ପ୍ରାଚୀ ଦିଗେ ଏବେ ସୁରୁଜ ଉଇଁଲେ

ସସାଗରା ଧରା ଜାଗି ତ ଉଠିଲେ।


ସକଳ ଶକ୍ତିର ଆଧାର ହେ ଦେବ

ତୁମ ଲାଗି ପରା ଏ ବିଶ୍ଵ ସମ୍ଭବ।


ତୁମରି ଆଲୋକ ଜୀବନ ସଂଚରେ

ତୁମରି ଶକ୍ତିରେ ଦିବସ ପ୍ରସରେ।


ଜଳ ବାଷ୍ପ ହୋଇ ଗଗନେ ଭାସଇ

ବାୟୁ ସ୍ପର୍ଶ ପାଇ ପୁଣି ବରଷଇ।


ପ୍ରତ୍ୟୁଷର ଅନ୍ତେ ପ୍ରଦୋଷ ଆସଇ

କ୍ରମେ ଅନ୍ଧକାର ମାଡ଼ିତ ପଡ଼ଇ।


ତୁମେ ଦୀନମଣି ଜୀବନ ଧାରକ

ଋତୁ ପରେ ଋତୁ ଋତୁର ବାହକ।


ଦିବାକର ତୁମେ ଦିବସ ଆଗମେ

ଆଞ୍ଜୁଁଳାଏ ଜଳ ଦେଉ ଶୁଭ ମନେ।


ଏଇ ଆମ ପୂଜା ଏଇ ତ ଭକତି

ମନରେ ସୁସ୍ଥତା ଭରାଅ ହେ ନିତି।


ଯେତେଦିନ ଅଛି ଏ ଧରା ଭିତରେ

ନମସ୍କାର ଘେନ ବଡ ଶରଧାରେ।


କେତେକେତେ ଯୁଗ ଗଲାଣିତ ବିତି

ତୁମ ଗତି ପରା ଅଟେ ଚିରନ୍ତନ

ହେ ସୂର୍ଯ୍ଯଦେବତା ଘେନମୋ ପ୍ରଣାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics