STORYMIRROR

Narayan chandra Senapati

Abstract

3  

Narayan chandra Senapati

Abstract

ହେ ସମ୍ବିଧାନ

ହେ ସମ୍ବିଧାନ

1 min
188

 ହେ ସମ୍ବିଧାନ.....

କାହିଁ ଆସ ପ୍ରତିବର୍ଷ,

ଦେବାକୁ ତ୍ରିରଙ୍ଗା ବାନାର ଶୁଖିଲା ସ୍ପର୍ଶ,

କେବେ କରିଛ କି ସୂକ୍ଷ୍ମ ବିଶ୍ଳେଷଣ ?

ବୀରତ୍ୱ ଓ ତ୍ୟାଗ ଦ୍ୱୟର ଶହୀଦରେ...

ନାରଙ୍ଗୀ ପରା ପଡି ଗଲାଣି ଫିକା,

ସତ୍ୟ ଓ ଶାନ୍ତିର ଅନନ୍ତ ଶୟନରେ

କଳା ପରା ଧଳାକୁ ଦେଲାଣି ଶକ୍ତ ଧକ୍କା,

ଆଉ ବିଚରା ସବୁଜଟା.....

ଟଙ୍କାକିଆ ଚାଉଳ ହାତରେ ଭତ୍ତା ହାତକୁ ମିଳାଇ..

ସମ୍ପଦ-ସମୃଦ୍ଧିକୁ ଛାଡପତ୍ର ଦେବାକୁ

ନିଷ୍ପତ୍ତି ନେଇ ସାରିଲାଣି ପକ୍କା

ସ୍ଥିତପ୍ରଜ୍ଞ ପ୍ରାୟ କରି ବିଚାର ବିମର୍ଷ,

କିମ୍ପା ଶୁଷ୍କ ପ୍ରଗତିରେ ସାଜୁଛ

 ବିଶ୍ଵବିଜୟୀ ହର୍ଷ।

ସାର୍ବଭୌମତ୍ୱ ଆଜି ଚୁଡ଼ି ପିନ୍ଧି ସାଜିଲାଣି ,

ଗଣତନ୍ତ୍ରଟା ତନ୍ତ୍ର ମନ୍ତ୍ର ଭୁଲି-

ଜୋର ଜାର ମୂଲକ ତାରକୁ କଲାଣି ମହାମନ୍ତ୍ର,

ସଂଖ୍ୟା ଲଘୁର ଶିଶୁପୁତ୍ରକୁ ଜାଳି

ବ୍ୟଭିଚାରୀବି ପ୍ରଚାର କରୁଛି ଧର୍ମନିରପେକ୍ଷତା,

ଆଉ ସମାଜସେବୀଟା......

ବିମୁଦ୍ରୀକରଣକୁ ଅଟ୍ଟହାସ୍ୟ କରି

ବିଦେଶୀ ବ୍ୟାଙ୍କରେ ସାଜିଲାଣି- ପୁଞ୍ଜିପତି,

 ହେ ସମ୍ବିଧାନ......

କାହିଁକର ବୃଥା ଆସ୍ଫାଳନ 

କାନ ଡେରି ଶୁଣ

ତୁମ ମୌଳିକ ଅଧିକାରର କରୁଣ କ୍ରନ୍ଦନ,

ଆଖି ପୁରେଇ ଦେଖ

ତୁମ ମୌଳିକ କର୍ତ୍ତବ୍ୟ ରାଜିର ସ୍ବେଚ୍ଛାଚାରୀ ପଣ,

ସଂସ୍କୃତିର ଟୀପା ଖାତାରେ ନିଶ୍ଚେ ପାଇବ---

କୁସଂସ୍କାର ଆଉ ଅନ୍ଧବିଶ୍ୱାସର ସାମ୍ପ୍ରତିକ ସମ୍ମେଳନ।


Rate this content
Log in

Similar oriya poem from Abstract