STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ହେ ସଖା ! ମୋ ସାରଥୀ

ହେ ସଖା ! ମୋ ସାରଥୀ

1 min
148

     


ଶୁଣି ସଖା ଅର୍ଜୁନଙ୍କ ବଚନ

ସ୍ମିତ ହାସ୍ୟେ କହିଲେ

ସଖା ତାଙ୍କର ସାରଥୀ ଶ୍ରୀକୃଷ୍ଣ

ହେ ପାର୍ଥ ! ଶ୍ରେଷ୍ଠ ଧନୁର୍ଦ୍ଧର

ସବୁ ତ ଜାଣିଛ ତୁମେ,

ପୁଣି କେଉଁ ଶଙ୍କା ସନ୍ଦେହରେ

ଏ ପ୍ରଶ୍ନ ପଚାରିଲ ମୋତେ

ତଥାପି କହୁଛି ଶୁଣ ସଖା

ସତ୍ୟ ହିଁ ଧର୍ମ ଏ ଧରାଧାମେ।

ତୁମେ ଏକ ପୁଣ୍ୟ ପବିତ୍ର ଆତ୍ମା

ଦିବ୍ୟ ଆଲୋକର ଅଖଣ୍ଡ ଜ୍ୟୋତି

ସ୍ବଚ୍ଛ ନିର୍ମଳ ତୁମର ହୃଦୟ

ଅସମ୍ଭବ ବି ତୁମ ଦ୍ବାର ସମ୍ଭବ,

ଏ ସଂସାରରୈ ଶରୀର ନେଇ 

ଜନ୍ମ ହୁଅନ୍ତି ଅସଂଖ୍ୟ ପ୍ରାଣୀ

ମଣିଷ ଶ୍ରେଷ୍ଠ ସେ ସବୁରି ମଧ୍ୟେ

ଜ୍ଞାନ ଅର୍ଜଇ ସେ କରି ଅନୁଭବ।

ବନ୍ଧନଗ୍ରସ୍ତ ଆତ୍ମା ଏକ ହୋଇ

ମଳିନକାଞ୍ଚନ ସମ ସେ ତେଜହୀନ

ମଳିନତାରୁ ହୁଏ ଅଧିକ ମଳିନ

ଜାଣେନା ସେ ତାର ନିଜର ମୂଲ୍ୟ,

ସତ୍ କର୍ମ ଆତ୍ମ ସଂସ୍କାର ବିନା

କରୁଥାଏ ସେ ଅପକର୍ମମାନ

ପାର୍ଥିବ ଲାଳସାକୁ ଭାବେ ସୁଖ

ଜୀବନ କାଟେ ଇତର ତୁଲ୍ୟ।

କଠିନ ଶିଳାସ୍ତର ଯେସନେ

ସଲୀଳ ଭେଦି ହୁଏନା କୋମଳ

ସେଇ ପ୍ରାୟେ ଥାଏ ରୁକ୍ଷ କଠିନ

ତା ହୃଦୟ ଥାଏ ସେ ପ୍ରକାର,

ଜ୍ଞାନ ଗାରିମାର ଅମୃତବାଣୀ

ତା ଅନ୍ତରକୁ ପାରେନା ଭେଦି

ଜନ୍ମମୃତ୍ଯୁର ଚକ୍ରେ ହୁଏ ଘାଣ୍ଟି

ଅଜ୍ଞାନ ବଶତଃ ବାରମ୍ବାର।

କ୍ଳେଶ ଯାତନାର କଷଣ ଭୋଗୀ

ତା' ମନର ମଳିନତା ହୁଏ ଊଣା

ଯେବେ କରୁଥାଏ ଧ୍ୟାନ ଧାରଣା

କିଞ୍ଚିତ ମିଳେ ତାକୁ ଜ୍ଞାନଶକ୍ତି,

କ୍ରମର ଧାରା ରଖି ଅବ୍ୟାହତ

କରୁଥିଲେ ଜୀବନ ନୀର୍ବାହ

ଜନ୍ମାନ୍ତରେ ହୁଏ ତାର ସଂସ୍କାର

ପାଏ ସେ ମୋକ୍ଷ ହୁଏ ତା' ମୁକ୍ତି।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract