Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ହେ ଶ୍ରୀକୃଷ୍ଣ

ହେ ଶ୍ରୀକୃଷ୍ଣ

1 min
259


ହେ ମୋହନ ସୁଦର୍ଶନ କାଚ ତୁମେ ଓ କାଞ୍ଚନ

ରାଧାପ୍ରିୟ କୃଷ୍ଣାପ୍ରିୟ ମିରାପ୍ରିୟ ଗୋପିପ୍ରିୟ

ହେ ଷୋହଳକଳାର ବିଶାଳ ରଙ୍ଗ ସମୁଦ୍ର

ଏ ମୁରୁଖକୁ ସେ ସାଗରରୁ ରେଣୁଟିଏ ଦିଅ..,(୧)

ହେ ବିଧାନ ହେ ବିଧାତା କର୍ମ କର୍ତ୍ତା ଚିରସ୍ରୋତା

ବସୁଦେବ ହେ ଦେବକୀ ନନ୍ଦନ ଯଶୋଦା ସ୍ପନ୍ଦନ

କଳା ତୁମେ କଳାକାର ପାଦରେ ଛୁଇଁଦିଅ ଏ ମଥା

ତୁମକୁ ଲେଖିବି ଆଙ୍କିବି ଟିକେ କଳାଶକ୍ତି ଦିଅ..,(୨)

ହେ ନଟନାଗର ଦୟାର ଭଣ୍ଡାର ପ୍ରେମର ପ୍ରତୀକ

ଅବୁଝା ସଂସାର ବୁଝେନାହିଁ ପ୍ରେମ ମନର ବିକାର

ଆହାଃ ବଂଶୀସ୍ୱନ ଶୁଣି ପବିତ୍ର ଏ ଦୁଇ ପାପୀ କର୍ଣ୍ଣ

ଅସୀମ ଅସଂଖ୍ଯ ସ୍ୱର ଯାଦୁକର ସ୍ୱର ଟିକେ ଦିଅ.., (୩)

ଅପୂର୍ବ ରୂପୀ ହେ ନତମସ୍ତକ ତୁମରି ଏ ଅଂଶ

ତବ ଚରଣରେ ତବ ବନ୍ଦନରେ ହେବି ବ୍ରତୀ

ମହାପାପୀ ଅଟେ ଏ ଶରୀରମନ ଦିଅ ଦେଖା

ତୁମର ସେ ଦେହ ରଙ୍ଗ ଏ ଦେହେ ବୋଳି ଦିଅ।.. (୪)



Rate this content
Log in

Similar oriya poem from Abstract