Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Jena

Inspirational

3  

Ghanashyam Jena

Inspirational

ହେ ଶିବଶଙ୍କର

ହେ ଶିବଶଙ୍କର

1 min
312


ଜୟ ପଞ୍ଚାନନ  ବିଭୂତିଭୂଷଣ

   ବ୍ୟାଘ୍ରାମ୍ବର ପରିଧାନ

 ଆହେ ଗଙ୍ଗାଧର  ଗଳେ ସର୍ପହାର  

   ଜୟ ବୃଷଭ ବାହନ ।


କୈଳାସ ବିହାରୀ  ପ୍ରଭୁ ତ୍ରିପୁରାରି 

    କୃତିବାସ ଦେବଦେବ

 ଶଶାଙ୍କ ଶେଖର    ଦିଗାମ୍ବର, ହର

    ମୃତ୍ୟୁଞ୍ଜୟ ମହାଦେବ ।


ହେ ପାର୍ବତୀ ପତି  ଅଗତିର ଗତି

    ଭୂତନାଥ ଜଟାଧାରୀ,

 ମହେଶ, ରମେଶ   ଦୂର୍ଜଟି, ଗିରୀଶ

    ପିନାକ ତ୍ରିଶୂଳଧାରୀ ।


 ସୃଷ୍ଟି ରକ୍ଷାପାଇଁ   ଗରଳ ଭକ୍ଷିଲ

    ନାମ ତବ ନୀଳକଣ୍ଠ,

 ମଙ୍ଗଳ କରତା  ଗତି ମୁକ୍ତି ଦାତା

    ମୁକୁନ୍ଦ ତୁମରି ଇଷ୍ଟ ।


ହେ ଦେବାଧିଦେବ  ଆହେ ସଦାଶିବ

    ଜୟ ଜୟ ଯୋଗେଶ୍ୱର।

ଏତିକି ବିନତି    କରେ ଉମାପତି

    ଆଶ୍ରା ଦିଅ ଶ୍ରୀପୟର ।


 


Rate this content
Log in

Similar oriya poem from Inspirational