ହେ ସଚ୍ଚିଦାନନ୍ଦ
ହେ ସଚ୍ଚିଦାନନ୍ଦ
ଏ ଛାତିଟା ଯଦି ସହର ହେଇଥାନ୍ତା
ପଥରର, ଏ ହୃଦୟଟା ଯଦି ମହଲ
ହେଇଥାନ୍ତା ଗଢିବାର, ଯଦି ମୁଁ
କେବେ ଗରଳ ପିଏ, ହଳାହଳ
ଜୀବନ ଯାତନାର, କିଏ ସାଜିପାରେ
ନୀଳକଣ୍ଠ, ହୃଦୟ ମୋର ସଫେଦ
କାଗଜ, ଆଙ୍କିପାର ଅଙ୍କନ, ଏଇ
ମୋର ପରିମିତି ଉପପାଦ୍ୟ ଜୀବନର
ଆଙ୍କେ ଚିତ୍ରକଳ୍ପ, ଜୀବନ ଯନ୍ତ୍ରଣା ର
ପ୍ରତିଟି ମୁହୂର୍ତ୍ତର, ଜଳିବାର ଯାତନାର
ଖୋଜୁଥାଏ ପୁଣି ଉତ୍ସ ଆନନ୍ଦ ର ।
