ହେ ସାଗର
ହେ ସାଗର
ହେ ସାଗର ତୁମ ଗଭୀର
ହୃଦୟରୁ ଭାବଟିକେ
ଉଧାର ଦିଅ ,
ମୁଁ ଭାଷାହୀନ କବି
ରସ ଟିକେ ନାହିଁ
ଉପାୟ କୁହ ।।
ହେ ସାଗର ଲୋଡ଼ା ନାହିଁ
ମୋର ତୁମ ଶାମୁକାରୁ
ମୁକୁତା,
ମେଂଚାଏ ଶବ୍ଦ ମୋତେ
ବତେଇ ଦିଅ ମୁଁ ଲେଖିବି
କବିତା ।।
କୁନି ବାଳୁତ ସୁରୁଜକୁ
ତୁମେ ପିନ୍ଧିଅଛ
କରି ମଥାରେ ବିନ୍ଦି,,
ସତେଯେମିତି ଲାଗେ
ସହସ୍ର ଲାବଣ୍ୟବତୀର
ରୂପ ରଖିଛ ଛନ୍ଦି ।।
ହେ ସାଗର ଉର୍ମିକୁ କୁହ
ମୋତେ ଛନ୍ଦ ଟିକେ
ଶିଖେଇବ ,
ଯଦି କବିତା ନ ଲେଖିବି
ଦୁନିଆ ଆଉ କି
କବି କହିବ ।।