STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ହେ ପ୍ରକୃତି ବନ୍ଧୁ

ହେ ପ୍ରକୃତି ବନ୍ଧୁ

1 min
12.8K


ସାଧନ ପାଇଁ ହିତ ସମାଜର

ମାନବ ଜନମ ସାର

ଭୋଗବାଦୀ ହୋଇ ହିତ ଭୁଲିଯାଇ

ବିନାଶ କରେ ନିଜର।

ସାମୟିକ ସୁଖ ପାଇଁ କି ମାନବ

ପ୍ରକୃତି କରେ ବିନାଶ

ନରକର ଦ୍ବାର ଖୋଲି ଦେଇଥାଏ

ଭବିଷ୍ୟତ ହୁଏ ଧ୍ଵଂସ।

ଦୁର୍ଲଭ ଜନମ ମାନବ ଜୀବନ

ସଭିଏଁ ଜାଣନ୍ତି ସତ

ସବୁ ଜାଣି ସୁଦ୍ଧା ଭୁଲି ଠିକ୍ କଥା

କରଇ କୁଠାର ଘାତ।

ଗଛ ତ ଜୀବନ ସବୁ ଜୀବଙ୍କର

ଗଛ ବିନା ନାହିଁ ଗତି

ଗଛ ଲଗାଇବା ପ୍ରକୃତି ପୂଜିବା

ନ ରଖିବା ମନେ ଭୀତି।

ଚେର ଡାଳ ପତ୍ର ଫୁଲ ଫଳ ସବୁ

ଦରକାରୀ ଅଟେ ଅତି

କାଟିବାନି ଗଛ କରିବା ଯତନ

ଗଛ ଲଗାଇବା ନୀତି।

ପଙ୍କଜିନୀ ଉପାଧ୍ୟାୟ।


Rate this content
Log in

Similar oriya poem from Inspirational