ହେ ପ୍ରକୃତି ବନ୍ଧୁ
ହେ ପ୍ରକୃତି ବନ୍ଧୁ
ସାଧନ ପାଇଁ ହିତ ସମାଜର
ମାନବ ଜନମ ସାର
ଭୋଗବାଦୀ ହୋଇ ହିତ ଭୁଲିଯାଇ
ବିନାଶ କରେ ନିଜର।
ସାମୟିକ ସୁଖ ପାଇଁ କି ମାନବ
ପ୍ରକୃତି କରେ ବିନାଶ
ନରକର ଦ୍ବାର ଖୋଲି ଦେଇଥାଏ
ଭବିଷ୍ୟତ ହୁଏ ଧ୍ଵଂସ।
ଦୁର୍ଲଭ ଜନମ ମାନବ ଜୀବନ
ସଭିଏଁ ଜାଣନ୍ତି ସତ
ସବୁ ଜାଣି ସୁଦ୍ଧା ଭୁଲି ଠିକ୍ କଥା
କରଇ କୁଠାର ଘାତ।
ଗଛ ତ ଜୀବନ ସବୁ ଜୀବଙ୍କର
ଗଛ ବିନା ନାହିଁ ଗତି
ଗଛ ଲଗାଇବା ପ୍ରକୃତି ପୂଜିବା
ନ ରଖିବା ମନେ ଭୀତି।
ଚେର ଡାଳ ପତ୍ର ଫୁଲ ଫଳ ସବୁ
ଦରକାରୀ ଅଟେ ଅତି
କାଟିବାନି ଗଛ କରିବା ଯତନ
ଗଛ ଲଗାଇବା ନୀତି।
ପଙ୍କଜିନୀ ଉପାଧ୍ୟାୟ।