STORYMIRROR

Mahendra seth

Romance

4  

Mahendra seth

Romance

ହେ ପ୍ରିୟା

ହେ ପ୍ରିୟା

1 min
236

ହେ ପ୍ରିୟା,

ତୁମରି ପରଶ ବିନା 

ଏ ଜୀବନ ତୁଛ ଅଟେ 

କରିଛ କି କେବେ କଳନା ll

ହେ ପ୍ରିୟା,

ମନେ ପକାଉଛି

ଝୁରି ମୁଁ ମାରୁଛି 

ତୁମରି ସାଥିରେ ବିତେଇ ଥିବା 

ବିନିଦ୍ର ରଜନୀ ସିନା ll

ହେ ପ୍ରିୟା, 

ତୁମ ଦୁଃଖ ଯଦି ଏକ ଗୁଣ ହୁଏ 

ମୋ ଦୁଃଖ ଯେ ଶତ ଗୁଣ 

ତୁମରି ବିରହେ ହୃଦୟ ଫାଟୁଛି 

ବୁଝି ବି ମୋ ମନ ବୁଝେନା ll

ହେ ପ୍ରିୟା, 

ତୁମେ ଅଟ ମୋର ଅର୍ଦ୍ଧାଙ୍ଗ ଈଶ୍ୱରୀ 

ହୃଦ ସିଂହାସନେ ବସିଛ 

ତୁମ ବିଚ୍ଛେଦେ ପ୍ରେୟସୀ ରାଣୀ ଗୋ 

ଭୋଗୁଛି ଅସହ୍ୟ ଯନ୍ତ୍ରଣା ll

ହେ ପ୍ରିୟା,

ତୁମେ ପାଶେ ଥିଲେ 

ଲୋଡ଼ା ନାହିଁ କିଛି 

ଧନ ମାନ ଯଉବନ 

ଆଜି ତୁମେ ନାହଁ କିପରି ବଞ୍ଚିବି

ଜଳ ବିହୁନେ ଯେଣେ ମସ୍ୟ ସିନା ll

ହେ ପ୍ରିୟା, 

ବିରହ ବେଦନା ଅସହ୍ୟ ହେଉଛି 

ଆଉ ମୁଁ ପାରୁନି ତୁମଠୁ ଦୁରେଇ 

ଯିଏ ଯାହା କହୁ 

ଆସ ସଖି ତୁମେ 

ପୂରଣ କରିବି ତୁମରି ସପନ 

ତିଳେ କର ନାହିଁ ମନକୁ ଉଣା ll


Rate this content
Log in

Similar oriya poem from Romance