STORYMIRROR

Mahendra seth

Inspirational

4.0  

Mahendra seth

Inspirational

ଆସିବ କି ତୁମେ

ଆସିବ କି ତୁମେ

1 min
244


ଏକ ପୂଣ୍ୟ ତିଥିରେ 

ହେ ମାଆ ଦୁର୍ଗେ, 

ଆସିବକି ତୁମେ 

ଏ ଧରା ପୃଷ୍ଠକୁ 

ଆଶିଷ ଦେବା ପାଇଁ ll


ହେ ମାଆ ଅଭୟ ଦାୟିନୀ 

ନୃମୁଣ୍ଡ ମାଳିନୀ 

ଆସିବ କି ତୁମେ 

ଏ ଧରା ପୃଷ୍ଠକୁ 

ସନ୍ଥ ପାଳନ ପାଇଁ ll


ହେ ମାଆ ଜଗତ ଜନନୀ 

କରୁଣାମୟୀ, 

ଆସିବ କି ତୁମେ 

ଏ ଧରା ପୃଷ୍ଠକୁ 

ପାପ ନାଶନ ପାଇଁ ll


ଆସ ହେ ମାଆ 

ଦଶ ମହାବିଦ୍ୟାର ଅଧିକାରିଣୀ 

ତୁମକୁ ଆମେ ଅନାଇ ରହିଛୁ 

ଶାନ୍ତ କର ପୃଥିବୀକୁ 

ହଟାଇ ଦିଅ ହିଂସା ଲୁଣ୍ଠନକୁ 

ଶେଷ ହୋଇ ଯାଉ, 

'ପରୀ'ମାନଙ୍କ କାହାଣୀ ll



Rate this content
Log in

Similar oriya poem from Inspirational