ତୁମ ପାଇଁ
ତୁମ ପାଇଁ
1 min
366
ଆସିଥିଲ ତୁମେ
ମୋ ଜୀବନେ ଗୋ
ପ୍ରୀତି ଫୁଲ ଫୁଟାଇବା ପାଇଁ,
ଫୁଲ ଫୁଟାଇଲ
ମହକ ଦେଇ ଗୋ
କୁଆଡେ ରହିଲ ଯାଇ l
କଥା ଦେଇଥିଲ
ରହିବା ପାଇଁ ଗୋ
ଜନ୍ମ ଜନ୍ମାନ୍ତର ପାଇଁ
ଜୀବନ ଦୋଛକି ରେ ଛାଡିଦେଇ ଗଲ
ଖୋଜି ଖୋଜି ପାଉ ନାହିଁ l
ମନେ ପଡୁଅଛି
ହସ ହସ ମୁହଁ ଗୋ
ପ୍ରେମ ଭରା ତୁମ ଚାହାଣି,
ନିଦ ହଜି ଯାଏ
ସ୍ବପ୍ନ ଭାଙ୍ଗି ଯାଏ
ଆଉ ମୁଁ ପାରୁନି ରହି l
ପ୍ରଥମ ଦେଖା ରେ
କହିଥିଲ ସଖି ଗୋ
ପାଖେ ପାଖେ ରହିଥିବି,
ଠକି ଦେଇ ତୁମେ ଚାଲି ଗଲ
ଆଖି ଥକି ପଡ଼େ
ତୁମ ବାଟ ଚାହିଁ ଚାହିଁ l
ଆସିବନି କେବେ
ଜାଣୁଛି ପ୍ରିୟା ଗୋ
ହୃଦ ସିଂହାସନେ ବସିବା ପାଇଁ,
ତଥାପି ବଞ୍ଚିବି ତୁମ ସୃତି ନେଇ
ରହିଛି, ରହିବି
ତୁମରି ପାଇଁ l
