STORYMIRROR

Mahendra seth

Inspirational

3  

Mahendra seth

Inspirational

ମାଆ

ମାଆ

1 min
376

ମାଆ, 

ଏଇ ଗୋଟିଏ ଅକ୍ଷର 

ଉଚ୍ଚାରଣ ମାତ୍ରେ 

ଅବଶ ଶରୀରେ ଚମକ ଆସେ 

ସୁପ୍ତ ମନ ଜାଗି ଉଠେ, 

ହୃଦୟରେ ଖେଳି ଯାଏ ଲହରୀ ଆନନ୍ଦର, 

କହି କି ପାରିବ କିଏ, 

ମହତ୍ୱ୍ ଏଇ ଗୋଟିଏ ଅକ୍ଷରର ll


ସାରା ସଂସାରର ସ୍ନେହ 

ଯାହାର ମୁଖମଣ୍ଡଳରେ, 

ସରଗର ସୁଖ ମିଳେ 

କୋଳରେ ଯାହାର, 

କଳନା କରିପାରିବ କି, 

ଏଇ ଦୁଇଟି ଅକ୍ଷରର ll


ଢାଳ ପରି ବିଛେଇ ଦିଏ ପଣତକୁ ତାର 

ଜୀବନର ପ୍ରତିଟି ବିପଦ କ୍ଷଣରେ, 

ଦୁଃଖ ରୋଗ ଉଭେଇ ଯାଏ 

ଗୋଟିଏ ମାତ୍ର ସ୍ନେହ ପରଶରେ ତାର, 

ଦେଇ କି ପାରିବ ମୂଳ, 

ଏଇ ଗୋଟିଏ ଅକ୍ଷରର ll


ସମସ୍ତ ବେଦନାକୁ ମନରେ ଚାପେ 

ଅସହ୍ୟ ଯନ୍ତ୍ରଣାକୁ ହୃଦୟରେ ରଖେ, 

ହେଲେ, ଓଠରୁ ଝରାଏ ଅମୃତ, 

କିଏ ବୁଝି କି ପାରିବ, 

ଏଇ ଗୋଟିଏ ଅକ୍ଷରର ମହତ୍ତ୍ୱ ll


ସୁଖର ସାଗର ସିଏ 

ମମତାର ଗନ୍ତାଘର, 

ସବୁଠାରୁ ସୁନ୍ଦର ଅଟେ 

ସାରା ବିଶ୍ୱ ବ୍ରହ୍ମାଣ୍ଡର, 

"ମାଆ"

ଏଇ ଗୋଟିଏ ଅକ୍ଷର ll



Rate this content
Log in

Similar oriya poem from Inspirational