Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mahendra seth

Tragedy

3  

Mahendra seth

Tragedy

ତୁମେ ଆସିବ ବୋଲି

ତୁମେ ଆସିବ ବୋଲି

1 min
177


ତୁମେ ପାଇଁ ହେ ପ୍ରିୟ ସଖି, 

ହୃଦୟ ବେଦନା ହୃଦୟେ ରଖି 

ମରି ମରି ମୁଁ ଯେ ବଞ୍ଚୁଛି, 

ଅହରହ ଖାଲି ଲୁହ ଝରୁଛି 

ତୁମେ ଦେଇଥିବା ସ୍ମୃତି କୁ, 

ହୃଦୟେ ରଖି ବୁଝାଏ ମୁଁ ନିଜକୁ l


ତୁମକୁ ନେଇ କେତେ ଯେ ସପନ, 

ଦେଖୁଛି ନିଇତି କରି ଯତନ 

ଦୃଢ଼ ଆଲିଙ୍ଗନେ ଧରି ତୁମକୁ, 

ସଜାଡି ଦେଉଛି ଅଲରା କେଶକୁ 

ଅଧା ସପନ ରେ ନିଦ ଭାଙ୍ଗେ,  

ଭେଟ ହୋଇ ଯାଏ ସତ୍ୟର ସାଙ୍ଗେ l


ସେଇ ଆମ୍ବ ତୋଟା ସେଇ ଘର ଅଛି,  

ନଦୀକୁଳେ ଏବେ ବି ମଳୟ ବୋହୁଛି

ସତେ କି ତୁମେ ଆସିବ ବୋଲି, 

ଅନାଇ ରହିଛି ସେ ରଜ ଦୋଳି l


ଜୀବନ ଟା ଏକା ଖାଁ ଖାଁ ଲାଗେ, 

ପ୍ରୀତି ର ପରଶ ମନରେ ଜାଗେ 

କାହାକୁ କହିବି ଆମ କାହାଣୀ, 

କିପରି ବଞ୍ଚିବି ପାରେନା ଜାଣି 

ତୁମରି ସ୍ମୃତି କୁ ପାଥେୟ କରି, 

ଆସିବ ବୋଲି, 

ଚାହିଁ ରହିଛି ଚାତକ ପରି l



Rate this content
Log in