STORYMIRROR

Santosh Pattnayak

Abstract

2  

Santosh Pattnayak

Abstract

ହେ ପ୍ରଭୁ

ହେ ପ୍ରଭୁ

1 min
181

ଖହର ହରି କଷଣକୁ ଫେଡି 

     ପାରୁନାହିଁ ତୁମ ରଥକୁ ଭିଡି

 ଶୂନ୍ୟ ମନେମୋର ମିଶୁ ଭାବଡୋର 

      ମନ ଗୁଣୁଥାଉ ଭକତି ସିଡି.....


 ପଙ୍କିଳ ମାୟାରେ ଉବୁଟୁବୁ ମନ

   ମାୟା ମୋହଟାକୁ ଆବୋରି ବସି

 ସୁଖପାଇଁ ନିତି ଭକ୍ତି ଭାବ ପ୍ରୀତି

      ଭଜୁଥାଏ ପ୍ରଭୁ ନାମକୁ ଘୋଷି.....


ଆସକ୍ତିରେ ଭରା ହୃଦୟଟା ମୋର

   ଭାବଗ୍ରାହୀ ବୁଝ ଭାବକୁ ହେଳେ

 କେମିତି ଭକତ ହେବିମୁଁ' ତୁମରି

   ଦୀନବନ୍ଧୁ କୃପା ଦିନେ ନହେଲେ.....


 ଲୋକେ କୁହାକୁହି ହେଲେଣିଯେ' କେତେ

      ପାପି ଗୋଟେ କାଳେ ଅଟଇ ମୁଁହିଁ

  ତୁମରି କରୁଣା ବିନା କି ସମ୍ଭବ !

    ସନ୍ତୋଷେ ମିଳିବା ଜଗତ ସାଇଁ....

     


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract