ହେ ଫୁଲ କହ ଥରେ
ହେ ଫୁଲ କହ ଥରେ
ହେ ଫୁଲ! କହ ଥରେ
ହେ ଫୁଲ ! କହ ଥରେ
ଆସିବ କି ମୋ ପ୍ରିୟା
ଆଜିରାତି ସପନରେ
ହେ ଫୁଲ ! କହ ଥରେ
ଜହ୍ନ ଆସି ହସୁଥିବ
ତାରାମେଳେ ଆକାଶରେ
ତାରାଗଣ ଲୁଚୁଥିବେ
ବିଭାବରୀ ପଣତରେ
ପ୍ରିୟା ମୋର ଆସୁଥିବ
ପାଦଥାପି ଧିରେ ଧିରେ
ତୁ ଅନ୍ଧାରେ ହସୁଥିବୁ
ଫିକା ଫିକା ଜୋଛନାରେ
ହେ ଫୁଲ କହ ଥରେ
ମୋକାନେ ଗୋପନରେ
ଆସିବକି ମୋ ପ୍ରିୟା
ଆଜିରାତି ସପନରେ ।
ଆସୁଥିବ ମୋ ପ୍ରିୟା
ସପନରେ ଗୋପନରେ
ପଛ ପଟୁ ଦୁଇ ହାତ
ରଖିଦେବ ମୋ ଆଖିରେ
ଆଖିମୋର ଲୁଚିଯିବ
ତା ହାତର ଉହାଡରେ
ତଥାପି ମୁଁ ଚିହ୍ନିଦେବି
ତା ହାତର ପରଶରେ
ହେ ଫୁଲ କହ ଥରେ ।
ତାର ଦୁଇ ହାତ ଧରି
ଭିଡିନେବି ଧିରେ ଧିରେ
ହଜିଯିବି ପ୍ରିତିବୋଳା
ତା ବାହୁର ବନ୍ଧନରେ
ଝଲମଲ ଝଲସିବ
ପ୍ରିୟା ମୋର ଜୋଛନାରେ
ତରଙ୍ଗ ଖେଲିବ ହୃଦେ
ପୀରତିର ପୁଲକରେ
ହେ ଫୁଲ କହ ଥରେ ।
ନାଲି ଗୋଲାପଟେ ଦେଇ
କହିବ ସେ ମୋ କାନରେ
ଭଲପାଏ ମୋତେ ବୋଲି
କହିଦେବ ଧିରେ ଧିରେ
ଭଲପାଏ ତାକୁ ବୋଲି
ମୁଁ କହିବି ଗୋପନରେ
ଭାସିଯିବୁ ଆମେ ଦୁହେଁ
ପୀରତିର ଜୂଆରରେ
ହେ ଫୁଲ କହ ଥରେ ।
ହୃଦ ମନ ନାଚୁଥିବ
ପୀରତିର ପୁଲକରେ
ପ୍ରେମ ପକ୍ଷୀ ଦୁଇ ଆମେ
ଉଡି ଉଡି ଆକାଶରେ
ଗାଉଥିବୁ ଆମେ ଦୁହେଁ
ପ୍ରେମ ଗୀତି ଆନନ୍ଦରେ
ଭିଜି ଭିଜି ନାଚୁଥିବୁ
ମିଠା ମିଠା ଜୋଛନାରେ
ହେ ଫୁଲ କହ ଥରେ ।
ହଜିଯିବୁ ମଜ୍ଜି ଯିବୁ
ଆମେ ଦୁହେଁ ପୀରତିରେ
କମ୍ପନ ଜାଗିବ ହୃଦେ
ପୀରତିର ପୁଲକରେ
ମୁଁ ହଜିବି ତାହୃଦରେ
ସେ ହଜିବ ମୋ ହୃଦରେ
ଆମ ମନ ନିଜ ହୋଇ
ରହିବନି ନିଜଠାରେ
ହେ ଫୁଲ କହ ଥରେ ।

