STORYMIRROR

Bijaya kumar panda

Inspirational

3  

Bijaya kumar panda

Inspirational

ହେ ପଦ୍ମଶ୍ରୀ ଘେନ ଶ୍ରଦ୍ଧାଞ୍ଜଳି

ହେ ପଦ୍ମଶ୍ରୀ ଘେନ ଶ୍ରଦ୍ଧାଞ୍ଜଳି

1 min
190

ହେ କଥାକାର ଦିଅ ଆଶୀର୍ବାଦ

     ଉଜ୍ଜ୍ବଳ ତାରକା ଭାଷା ସାହିତ୍ୟର

ସାହିତ୍ୟ ଯୁଗର ଏକ ହେଲା ଅବସାନ

     ବିଶ୍ୱ ଗୁରୁ ସାରସ୍ଵତ ତୁମେ ସାଧକ।


ଅଟ ମହୀୟାନ ହେ ଦିବ୍ୟ ମାନବ

      ବିଭୁଙ୍କ କରୁଣା ଭରା ଆଶିଷ

ଭାବୁକ ନିଧି ହେ ଶବ୍ଦର ସିନ୍ଧୁ

      ମହାନିଦ୍ରାରେ କି ଶୋଇଣ ଗଲ।


ସାହିତ୍ୟ ଜଗତେ ବିନ୍ଧାଣି ହୋଇ

       ଗଢ଼ିଲ କୋଣାର୍କ ତାଜମହଲ

ପଦ୍ମଶ୍ରୀ ଉପାଧି ଧାରଣ କରିଣ

       ଓଡ଼ିଆ ଜଗତେ ଟେକ ରଖିଲ।


ଯୋଗୀ ପରି ଯୋଗୀ ଦାର୍ଶନିକ ଥିଲ

        ଅରବିନ୍ଦଙ୍କ କରୁଣା ଲଭିଲ

ଗଳ୍ପ ଉପନ୍ୟାସ ଶିଶୁ ସାହିତ୍ୟରେ

          ବନ୍ଧୁ ପରି ବନ୍ଧୁ ଥିଲେ ଆପଣ।


ସୁନ୍ଦର ସୃଷ୍ଟିର ବିଲୟ ଘଟିଲା

            ଭଣ୍ଡାର କି ଆଉ ପୁରି ଉଠିବ

କର ହେ କଲ୍ୟାଣ ମହାନ୍ ଲେଖକ

            ଝୁରିଝୁରି ମରେ ତୁମ ପାଠକ।


ବଳିଷ୍ଠ ଶିକ୍ଷକ ପୁଣି ରାଜନେତା

            ପାଠ୍ୟପୁସ୍ତକରେ ତୁମରି ସ୍ଥାନ

ସମାଜ ସଂସ୍କାରକ ଭାବେ ଆମକୁ ଗଢ଼

            ହେ କାଳଜୟୀ ମନୋଜ ଦାସ।।


।।ବିଶିଷ୍ଟ କଥାକାର ଔପନ୍ୟାସିକା ଶିଶୁ ସାହିତ୍ୟିକ ପଦ୍ମଶ୍ରୀ ସ୍ଵର୍ଗତ ମନୋଜ ଦାସ ଙ୍କ ସ୍ମୃତିରେ ମୋର ଏହି କବିତା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational