ହେ ନ୍ୟାୟ
ହେ ନ୍ୟାୟ
ହେ ନ୍ୟାୟ !
କୁଆଡେ ହଜିଗଲଣି ଯେ?
ଦେଖୁନ କି
ଅନ୍ୟାୟ କେମିତି
ସାଜିଲାଣି ଦୁର୍ଦାନ୍ତ ଅପରାଧୀ
ନିରୀହକୁ ଦେଉଛି ଅକଥନୀୟ ଅତ୍ୟାଚାର
ସତ୍ୟ ଏଠି ସମ୍ପୂର୍ଣ୍ଣ
ନିଃସ୍ୱ, ନିଃସହାୟ ଓ ପରାଜିତ
ପାପର ଚାବୁକ ପ୍ରହାର କଣ କମ କି?
ସେ ତ କଳିଯୁଗର ମହାପ୍ରତାପୀ ସମ୍ରାଟ
ତା ଇଙ୍ଗିତରେ
ନାଚନ୍ତି ଅଵିଵେକୀ
ଆଉ ଫାଶୀ ପାଏ
ଅହିଂସା
ଫେରିଆସ ତୁମେ
ଗଢ଼ିବା ନୂଆ ମନ
ନୂଆ ମଣିଷ
ଦେଖିବା ସୁନା ସପନ
ଗଢ଼ିବା ରାମରାଜ୍ୟ l
