STORYMIRROR

Nibedita Mishra

Abstract

4  

Nibedita Mishra

Abstract

ହେ ନ୍ଯାୟାଧୀଶ

ହେ ନ୍ଯାୟାଧୀଶ

1 min
379

ହେ ନ୍ଯାୟାଧୀଶ,

ଥରେ ଆସି ଦେଖିଯାଅ ନ୍ଯାୟ ଆଜି ଏଠି ଅତି ଶସ୍ତା

ଥୋକାଏ ଟଙ୍କା ବିଡା ବଦଳରେ ମିଳେ ବସ୍ତା ବସ୍ତା।


ବଡବଡିଆଙ୍କ ଲାଗି ଯାହା ଟାଇମପାସର ଖେଳଘର ,

ଗରିବ ଲାଗି ତାହା ଏକ ମାଡିଆସିଥିବା କାଳ ଚକର।


ବଳାତ୍କାରୀକୁ ପୋଷା ହୁଏ ଏଠି ଦେଇ ଭାତ,ମାଁଉସ 

ପୀଡିତା ନ୍ଯାୟ ର ଆଶ୍ରୟେ ଘୁରି ବୁଲି ବୁଲି ହୁଏ ହତାସ।


ଛ ଟଙ୍କା ଚୋରି ଜିନିଷ ପାଇବାକୁ ନ ଟଙ୍କା ଦେବାକୁ ପଡେ

ତଥାପି ନ୍ଯାୟ ଟି କେଜାଣି କେଉଁ ଗଳା ବାଟ ଦେଇ ହୁଡେ।


ନେତାମନ୍ତ୍ରୀଙ୍କ ପାଖେ ମୂଲ୍ଯହୀନ ନୀତି ନିୟମର ସବୁ ମୂଲ୍ଯ

ସାଧାରଣ ଲୋକଙ୍କୁ ଦାନ୍ତ ନିରେଖେଇ କରେ ଯାହା ତାଚ୍ଛଲ୍ଯ।


ଏତିକି ବିଶ୍ବାସ ମର୍ତ୍ତ୍ଯ ଲୋକେ ସିନା ଚାଲେ ନ୍ଯାୟ ନାମରେ ଖେଳ

ହେଲେ ଉପରବାଲାର ନ୍ଯାୟାଳୟରେ ସବୁ ଛାଡିଯିବ ଗେଲ।


ସେହି ଅଦାଲତେ ଚଳେନାହିଁ କୋଉ ରାଜନୀତି ଅବା ସୁପାରିଶ

ସେଠି ହୁଏ ନ୍ଯାୟ ଅନ୍ଯାୟର ସ୍ବଚ୍ଛଳ ବିଚାର ନ ରହେ ଅବଶୋଷ ।


ସେ ଅଦାଲତେ ସଭିଙ୍କୁ ମିଳେ କଲା କର୍ମଫଳ ଖରାପ ହେଉ ବା ଭଲ

ଭୋଗିବାକୁ ପଡେ ବିନା ପ୍ରତିବାଦେ ଈଶ୍ବରଙ୍କ ପ୍ରଦତ୍ତ ଅଦୃଶ୍ଯ ଫଳ ।


ତେଣୁ ହେ ନ୍ଯାୟାଧିଶ ମହାଶୟ,କର ନିରପେକ୍ଷ ନ୍ଯାୟ ବିଧାନ

ବିଜୟ ହେଉ ସଦା ସର୍ବଦା ସତ୍ଯ,ରହୁ ତୁମର ଓ ନ୍ଯାୟର ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract