Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Inspirational

4  

Rabindra kumar Sahoo

Inspirational

"ହେ ନୀଳ ଆକାଶ"

"ହେ ନୀଳ ଆକାଶ"

1 min
287


  ସଚରାଚର ବିଶ୍ଵର

  ତୁମେ ଯେ ପରିିିିପ୍ରକାଶ

  ତୁମ ଚନ୍ଦ୍ର, ତାରା,

   ଗ୍ରହ, ନକ୍ଷତ୍ର ଓ ସୂର୍ଯ୍ୟ

 ବୃଦ୍ଧି କରେ 

  ସକଳ ଜୀବଙ୍କ

   ସୌର୍ଯ୍ୟ ଓ ବୀର୍ଯ୍ୟ

 ତୁମେ ହିଁ ଜ୍ୟୋତି

 ତୁମେ ହିଁ ଏ ବିଶ୍ଵର

  ସତ୍ୟର ପରିପ୍ରକାଶ

   ହେ ନୀଳ ଆକାଶ ।

 ତୁମ ପାଇଁ ପାଗ ହୁଏ ପରିବର୍ତ୍ତିତ

   ତୁମ ପାଇଁ ଋତୁଚକ୍ର, ଜଳଚକ୍ର

   ସର୍ବର ହୁଏ ଜାତ

   ମନୁଷ୍ୟ ଠାରୁ ସକଳ ଜୀବ

    ହୁଅନ୍ତି ଆତଜାତ

   ତୁମେ ସତ୍ୟ, ନ୍ୟାୟର

    ଦିଅ ଇଙ୍ଗିତ

  ତୁମେ ହିଁ ଜଡ ଓ ଜୀବଙ୍କ

   ଜୀବନ ସଙ୍ଗୀତ

  ତୁମେ ସୃଷ୍ଟି

   ତୁମେ ସ୍ରଷ୍ଟା

 ଦେବ, ଦାନବ ଓ ଗନ୍ଧର୍ବଙ୍କୁ

 କରିଅଛ ତୁମେ ଏକତ୍ରିତ

  ତୁମେ ତାପ, ଚାପ ଓ ବାୟୁ

  ସଭିଙ୍କର କର ପ୍ରସ୍ଥାନ ଓ ପ୍ରବେଶ

  କେତେକ କୁହନ୍ତି ତୁମେ ଅନନ୍ତ

  କେତେକ ପୁଣି ଜାଣନ୍ତି

  ତୁମେ ମହାଆକାଶ

     ହେ ନୀଳ ଆକାଶ।

  ସୂର୍ଯ୍ୟ, ଚନ୍ଦ୍ର ଓ ତାରାଙ୍କ

    ଦ୍ଵାରା ଗଠିତ ଏ ଧରା

   ସଭିଏଁ ହୁଅନ୍ତି 

  ତୁମ ଦ୍ଵାରା ଆତଜାତ

   ସଭିଙ୍କୁ କରିଅଛ ଆକର୍ଷିତ

   ତୁମେ ହିଁ ସତ୍ୟ

  ଏ ଜୀବଜଗତର ମହାବିଶ୍ଵାସ

  ଏ ମହା ବିଶ୍ଵର

     ଆରମ୍ଭ ତୁମ୍ଭେ

  ତୁମ୍ଭେ ହିଁ ଶେଷ

    ହେ ନୀଳ ଆକାଶ ।


Rate this content
Log in

Similar oriya poem from Inspirational