STORYMIRROR

Chandrakanta Jena

Abstract Fantasy

3  

Chandrakanta Jena

Abstract Fantasy

ହେ ମୋର ପ୍ରିୟ ସଖା

ହେ ମୋର ପ୍ରିୟ ସଖା

1 min
187


ନିର୍ବିକ ମୁଁ ଥିଲି ,ବାଟ ହୁଡ଼ିଥିଲି

ତୁମେ ଦେଇଥିଲ ଆଶା,

ଶୂନ୍ୟେ ପିଣ୍ଡେ ମୋର ଭରିଥିଲ ପ୍ରାଣ

ଦେଇ କେତେ ନୀତିଶିକ୍ଷା,

ହେ ମୋର ସଖା,ହେ ମୋର ସଖା

ତୁମେ ମୋର ଭାଇ ,ତୁମେ ମୋର ବନ୍ଧୁ

ତୁମେ ହିଁ ମୋର ପ୍ରେମିକା

ହେ ମୋର ପ୍ରିୟ ସଖା,ହେ ମୋର ପ୍ରିୟ ସଖା !!


ଭରି ଅଛ ରଙ୍ଗ ଏହି ମୋ ଜୀବନେ

ସ୍ବପ୍ନ ମଞ୍ଜି ବୁଣି ହୃଦୟ କାନନେ

ନିଜର ନା ହୋଇ ନିଜଠୁ ଅଧିକ

ବନ୍ଧୁ ରୂପେ ତୁମେ ମୋ ଭାଗ୍ୟ ଦେବତା

ଭାବି ମୁଁ ପାରୁନି ତୁମକୁ ଦେବି ମୁହିଁ କେଉଁ ଆଖ୍ୟା

ତୁମ ଶରୀର ସିନା ଏକ,ହେଲେ ରୂପ ତ ଅଧିକା

ହେ ମୋର ସଖା,ହେ ମୋର ସଖା

ତୁମେ ମୋର ଭାଇ,ତୁମେ ମୋର ବନ୍ଧୁ

ତୁମେ ହିଁ ମୋର ପ୍ରେମିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract