ହେ ମୋର ପ୍ରିୟ ସାଥୀ
ହେ ମୋର ପ୍ରିୟ ସାଥୀ
ସକାଳର ପ୍ରଥମ କିରଣରେ
ସନ୍ଧ୍ୟା ଆଳତୀରେ ଅବା ମଧ୍ୟାହ୍ନ ରେ
ଖୋଜେ ମୁଁ ତୁମକୁ ନିତି |
କିରଣ ସ୍ପର୍ଶରେ ଝୁଣାଧୂପରେ
ଅନୁଭବ କରେ ତୁମ ଦିବ୍ୟଜ୍ୟୋତି |
ସପନରେ କେବେ ଗୋପନରେ
ଆସିଯାଅ ହେ ମୋହନ ମୁରତୀ |
ତୁମର ଦିବ୍ୟରୂପକୁ ଦେଖିଣ
ପାଆନ୍ତା ଏ ମନ ଅନେକ ତୃପତି |
ହେ ସ୍ରଷ୍ଠା ତୁମ ସୃଷ୍ଟିର ସର୍ଜନା
କେତେ ଯେ ବିଚିତ୍ର କେତେ ସ୍ୱତନ୍ତ୍ର
କେତେ ପୁଣି ଚିତ୍ରିତ କେତେ ବର୍ଣ୍ଣିତ
କେତେ ଅପରୂପ ସୌ
ନ୍ଦର୍ଯମୟ ।
ଆସିଯାଅ ଥରେ ସପନରେ
ହେ ଭକତର ମନ ଚୋର
କାଳିଆ ଚକା ଜହ୍ନ ମୋ କଳା ଠାକୁର |
ସପନରେ ଦେଖି ତୁମରି ରୂପ
ଆନନ୍ଦ ଲଭନ୍ତି ହୃଦରେ
ତୁମର ଅପୂର୍ବ ଦିବ୍ୟ ରୂପଶୋଭା
ଦେଖି ମୁଁ ପାଆନ୍ତି ମୋକ୍ଷ୍ୟ ଏ ଜୀବନରେ |
ମୋ ଜୀବନର ଏଇ ଚଲା ବାଟରେ
ତୁମେ ହିଁ ମୋର ସଖା ଆଉ ସାରଥୀ
ଯେମିତି ଗଡ଼ାଇବ ମୋ ଜୀବନ ଗାଡିକୁ
ସେମିତି ମୁଁ ଯିବି ଆଗକୁ ମାଡି
ହେ ଠାକୁର ତୁମେ ଆନନ୍ଦମୟ ତୁମେ ମୋର ପ୍ରିୟ ସାଥୀ |