STORYMIRROR

padmaja pati

Fantasy

4  

padmaja pati

Fantasy

ହେ ମୋର କଲମ

ହେ ମୋର କଲମ

1 min
319

ଦୁଃଖେ ସୁଖେ ମୋର ଅତି ଆପଣାର

ହେ ମୋର କଲମ ତୁହି

ତୋ ପରଶ ଲଭି ପାଇଛି ଜୀବନେ

ନୂଆ ପରିଚୟ ମୁହିଁ l

ମିଳିଛି ଜୀବିକା ଗଢ଼ିଛି ନିଜକୁ

ହୋଇଛି ମୁଁ ପରୀକ୍ଷିତ

ମୋର ଭାବନାକୁ ରୂପଦେବା ପାଇଁ

ଚାଲିଛୁ ଅନବରତ l

ଥକି ଯାଉନାହିଁ କେବେହେଲେ ତୁହି

ସରିବା ଆଗରୁ କାଳି

ସୃଜନୀର ଧାରା ବହେ ଅବିରତ

ଲେଖଇ ଭଳି କି ଭଳି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy