ହେ ମୋହନ...!
ହେ ମୋହନ...!
ହେ ମୋହନ
ସେ ଵାକ୍ୟାର୍ଥ ବଡ଼ ଗହନ
ତୁମେ ଓ ମୁଁ ଏକ ଆଉ ଅଭିନ୍ନ
ଏ ବାକ୍ୟରେ ନ'ଲାଗୁ ପ୍ରଶ୍ନବାଚୀ ଚିହ୍ନ
ସମସ୍ତ ଦୁଃଖ ଅନ୍ତରେ ବନ୍ଦୀ କରି
ପାଣ୍ଡୁର ମୁଖେ ଖେଳାଇଛି ସର୍ବଦା
ମିଛ ହସର ବିବିଧ ପ୍ରକାର ବର୍ଣ୍ଣ
ଗାଇ ବୁଲିଛି ମୋ ଲାଗି ତୁମେ
ପ୍ରେମର ଏକମାତ୍ର ନିଦର୍ଶନ
କି ବିଚିତ୍ର ସତ୍ୟତା ତୁମର କେଜାଣି
ତୁମେ ଅନନ୍ତଶଯ୍ୟା ରେ କରିଛ ଶୟନ
ମୁଁ ନିଦ୍ରା ପାଶୋରି ନିତ୍ୟ ତୁମ ବିରହରେ
ଲୋକାରଣ୍ୟ ଠୁ ବହୁ ଦୁରେ
ସହୁଛି ଅଶ୍ରୁର ଯୁଗାଦ୍ଦ ଦହନ
ସତରେ କି ତୁମେ ଓ ମୁଁ ଏକ ଅଭିନ୍ନ
