STORYMIRROR

Goutam Mohanty

Abstract

2  

Goutam Mohanty

Abstract

ହେ ମୋହନ...!

ହେ ମୋହନ...!

1 min
340

ହେ ମୋହନ

ସେ ଵାକ୍ୟାର୍ଥ ବଡ଼ ଗହନ

ତୁମେ ଓ ମୁଁ ଏକ ଆଉ ଅଭିନ୍ନ

ଏ ବାକ୍ୟରେ ନ'ଲାଗୁ ପ୍ରଶ୍ନବାଚୀ ଚିହ୍ନ

ସମସ୍ତ ଦୁଃଖ ଅନ୍ତରେ ବନ୍ଦୀ କରି

ପାଣ୍ଡୁର ମୁଖେ ଖେଳାଇଛି ସର୍ବଦା

ମିଛ ହସର ବିବିଧ ପ୍ରକାର ବର୍ଣ୍ଣ

ଗାଇ ବୁଲିଛି ମୋ ଲାଗି ତୁମେ

ପ୍ରେମର ଏକମାତ୍ର ନିଦର୍ଶନ

କି ବିଚିତ୍ର ସତ୍ୟତା ତୁମର କେଜାଣି

ତୁମେ ଅନନ୍ତଶଯ୍ୟା ରେ କରିଛ ଶୟନ

ମୁଁ ନିଦ୍ରା ପାଶୋରି ନିତ୍ୟ ତୁମ ବିରହରେ

ଲୋକାରଣ୍ୟ ଠୁ ବହୁ ଦୁରେ

ସହୁଛି ଅଶ୍ରୁର ଯୁଗାଦ୍ଦ ଦହନ

ସତରେ କି ତୁମେ ଓ ମୁଁ ଏକ ଅଭିନ୍ନ

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract