STORYMIRROR

Surjyakanta Dash

Inspirational

2  

Surjyakanta Dash

Inspirational

ହେ ମହାତ୍ମା

ହେ ମହାତ୍ମା

1 min
129


ହେ ମହାତ୍ମା ଆଜି ତୁମ ଜନ୍ମ ଦିନରେ ମନେ ପକାଏ ତୁମକୁ ଏ ବିଶ୍ୱମାତ୍ର ତିନୋଟି ଗୁଳିରେ ତୁମେ ଛାଡିଲ ଶରୀରଏହି ଭାରତ ହୋଇଲା ନିଶ୍ଵ ।।


ଭାବିଥିଲି ମନେ ଆତ୍ମା ଅବିନାଶୀ ବୋଲି ମାରିଲି ତୁମର ଆତ୍ମାକୁ ତୁମେ ହୋଇଗଲ ଏ ଦେଶର ମହାତ୍ମାଜଣା ଥିଲା କି ଏ ଘାତକକୁ ।।


ଜାଣି ମୁଁ ନ ଥିଲି ତୁମେ ପିନ୍ଧିବ ମୁକୁଟହୋଇକି ଜାତିର ପିତାକାଳ କାଳ ପାଇଁ ମୋ ନାଁ ରେ ଗଡିବମୁଁ ପାପ କଳଙ୍କର ନେତା ।।


ମୁଁ ମାରିଛି ନିଶ୍ଚୟ ତୁମ ଶରୀରକୁ ତୁମ ଶରୀର ଚାହୁଁଥିଲା ମୁକ୍ତି ଇତିହାସ ଆଜି ସେଥିପାଇଁ ବୋଧେ ସାରା ଦେଶରେ ଗଢିଲା ତୁମ ମୂର୍ତ୍ତି ।।


କାହା ନିର୍ଦ୍ଦେଶରେ ସାଜିଲି କେଜାଣି ଆତତାୟୀ ମୁଁ ସେ ସମୟରେଜାଣି ମୁଁ ନଥିଲି ମିଶାଣ ଫେଡ଼ାଣ ଝୁଲିବା ପାଇଁ ବୋଧେ ଫାଶୀ ଖୁଣ୍ଟରେ ।।


ସମୟ ସୁଅରେ କୁଟା ଖିଅ ଟେ ହୋଇ ଭାସିଯାଇଥିଲି ଏକା ମୁହିଁ ସେଥିପାଇଁ ବୋଧେ କାଳ କାଳ ପାଇଁବୋଲାଇବି ଯେ ଦେଶଦ୍ରୋହି ।।


ତୁମକୁ ଅବତାରି କରି ମୁଁ ଅସୁର ବୋଲାଇ ମୁଣ୍ଡେ କଳଙ୍କର ଟିକା ମାରିଲି ତୁମେ ଜାତିର ପିତା ହେଲ ଏ ଦେଶେମୁଁ ଘୃଣାର ପାତ୍ର ବୋଲାଇଲି ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational