STORYMIRROR

Trushna Das

Romance

3  

Trushna Das

Romance

ହେ ମେଘ

ହେ ମେଘ

1 min
382

ହେ ମେଘ, ହୋଇବୁ କି ତୁ ସବାରି

ଯେତେବେଳେ ମୁଁ ଆଣିବି

ମୋ ପ୍ରିୟାକୁ କରି ମୋ ରାଣୀ 

ହୋଇବ ସେ ମୋ ଜୀବନ ସଙ୍ଗିନୀ।।


ହେ ମେଘ, କରି ତୋତେ ସବାରି

ଧରା ପୃଷ୍ଠକୁ ଆସେ ବର୍ଷା ରଣୀ

ବର୍ଷାରୁ ପାଇ ପାଣି

ଖୁସିରେ ସବୁଜିମା ହୋଇ ଯାଏ ଆମ ଧରଣୀ।। 


ହେ ମେଘ

ତୋର ଓ ସୂର୍ଯ୍ୟର ଲୁଚକାଳି ଖେଳ

ଲାଗେ ମୋ ପ୍ରିୟା ସହ ମୋର ରାସ ଲିଳା ପ୍ରେମର

ଆହା କି ବିଚିତ୍ର ସେ ଅନୁଭବ।। 


ଠିକ ସେହିପରି ପ୍ରେମର ମେଘ ସବାରିରେ

ଆସିବ ମୋ ପ୍ରିୟା ହୋଇ ମୋ ଜୀବନସାଥୀ ଭାବେ

ତାର ରୂପ ରଙ୍ଗରେ 

ହଜି ଯିବି ମୁଁ ପ୍ରେମର ବାଦଳରେ।। 


ହେ ମେଘ, ତୋତେ ଦେଖିଲା ମାତ୍ରେ 

ମୟୂର ନାଚି ଉଠେ 

ଠିକ ସେହିପରି ମୁଁ ମୋ ପ୍ରିୟାକୁ ଦେଖିଲା ମାତ୍ରେ 

ମୋ ମନେ ଖେଳି ଯାଏ ଖୁସିର ଲହରୀ କେତେ।। 


ହେ ମେଘ, ତୁ ଶୀତଳତାର ସଙ୍କେତ 

ସଭିଙ୍କ ମନକୁ କରି ଥାଉ ପୁଲକିତ 

ଠିକ ସେହିପରି ମୋ ପ୍ରିୟା ମୋ ଖୁସିର ସଙ୍କେତ 

ତା ସ୍ପର୍ଶରେ ହୋଇ ଉଠେ ମୁଁ ପ୍ରଫୁଲ୍ଲିତ।। 


ହେ ମେଘ, ତୁ ମେଣ୍ଟାଇ ଥାଉ ସମସ୍ତଙ୍କର ତୃଷ୍ଣା 

କରାଇ ବର୍ଷା 

ତୁ ପାରିବୁ କି ମେଣ୍ଟାଇ ମୋ ଜୀବନେ ପ୍ରେମ ତୃଷ୍ଣା 

ହୋଇ ତୁ ମୋ ପ୍ରେମର ସବାରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance