Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

4  

Prafulla Chandra Mishra

Classics

ହେ ମାଆ

ହେ ମାଆ

1 min
237



ହେ ମାଆ ହେ ମାଆ ହେ ମାଆ,

ତୁମେ ତ ଅଟ ମୋର ସାହା ଭରଷା,

ମୋ ମନରେ ତୁମେ ଭରି ଦେଇଅଛ

ବଞ୍ଚିବାର ଟିକି ଆଶା, 

ହେ ମାଆ,ହେ ମାଆ...।।


ଜଗତ ଜନନୀ କୈଳାସ ବାସିନୀ,

ଗଣେଶ ଜନନୀ ଉମା କାତ୍ୟାୟନୀ;

ମାରିବା ପାଇଁ ମହିଷା,

ଦୁର୍ଗତି ନାଶିନୀ ଦୁର୍ଗା ରୂପେ ପୁଣି,

ଅବତାର ଘେନି ଆସିଲୁ ଜନନୀ;

ପବିତ୍ର କରିଲୁ ରସା;

ହେ ମାଆ, ହେ ମାଆ...।।


ଶାରଦୀୟ ଜହ୍ନ କରୁଛି ଉଛନ୍ନ,

କୁମୁଦିନୀ ପ୍ରାଣ ବନ୍ଧୁ ଶୋଭାବନ;

ଜୀବନର ପରିଭାଷା,

ବୁଝିଲାଣି ମନ ହସଇ ପରାଣ,

କର ପରିତ୍ରାଣ ମୋ ବିନତୀ ଘେନ;

ତୋର କୃପା ରେ ସହସା;

ହେ ମାଆ,ହେ ମାଆ...।। 


ସକଳ ଜୀବନ ତୋର ଆଗମନ,

ପାଇଁ ନାଚେମନ କରେ ମୁଁ ବନ୍ଦନ;

ସଂସାରର ମୋହ ନିଶା,

ତୁଟାଇ ତକ୍ଷଣ କର ପରିତ୍ରାଣ,

ହିଂସା, ଦ୍ୱେଷ ମାନ କର ପ୍ରଶମନ,

କୃପାଜନ କରି ବର୍ଷା;

ହେ ମାଆ, ହେ ମାଆ...।।


Rate this content
Log in

Similar oriya poem from Classics