Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Inspirational Others

4  

Trushna Das

Abstract Inspirational Others

ହେ ମାଆ ସର୍ବ ମଙ୍ଗଳା

ହେ ମାଆ ସର୍ବ ମଙ୍ଗଳା

1 min
224


ହେ ମାଆ ସର୍ବ ମଙ୍ଗଳା 

    ତୁମେ ଯେ ଆସ୍ଥାର ମାଆ 

ତୁମେ ଯେ ଭକ୍ତର ମାଆ 

   କିଏ ବା ପାରିବ ବୁଝି ତୁମର ମହିମା ।। ( 1 )


ହେ ମାଆ ସର୍ବ ମଙ୍ଗଳା 

   ତୁମେ ଯେ ବିଶ୍ୱାସରେ ବନ୍ଧା 

ହେ କରୁଣାମୟୀ ମାଆ

   ତୁମେ ଯେ ଅଛ ଭକ୍ତିରେ ପରା।। ( 2 )


ହେ ମାଆ ସର୍ବ ମଙ୍ଗଳା 

   ତୁମର ରୂପ ଅନେକ ପରା

କେତେବେଳେ ତୁମେ ଦୟାମୟୀ

   ପୁଣି କେତେବେଳେ ତୁମେ ଧର ବିକଟାଳ ରୂପ ହୋଇ କାଳୀ, ଚଣ୍ଡି।। ( 3 )

    

ହେ ମାଆ ସର୍ବ ମଙ୍ଗଳା 

   ତୁମେ ଯେ ସହି ପାର ନା ଜମା

ଅନ୍ୟାୟ ଅନୀତି ପରା

   ସେଥିପାଇଁ ଅନେକ ଅବତାର ନେଇଛ ପରା

କରିବାକୁ ପାପର ବିନାଶ

   କରିବା ପାଇଁ ଧର୍ମର ପୁନଃସ୍ଥାପନ।। ( 4 )


ମଥାରେ ତୁମର ନାଲି ସିନ୍ଦୁର 

   ଗଲାରେ ମନ୍ଦାର ଓ ଅପରାଜିତା ମାଳ

ମନକୁ କରେ ଶ୍ରୀହରଣ

   ତୁମ ଦର୍ଶନ ମିଳିଲେ ମନ ହୁଏ ସ୍ଥିର।। ( 5 )


ହେ କରୁଣାମୟୀ ମାଆ 

   ତୁମେ କେଉଁଠି ଅଛ କୁହ ହେ ମାଆ

ଭକ୍ତ ତୁମର ତ୍ରାହି ତ୍ରାହି ଡାକୁଛି

    କରୋନାରେ ଭୟଭୀତ ହୋଇ 

ଏ ଧରା ପୃଷ୍ଠକୁ ଓହ୍ଲାଇ ଆସ ହେ ମାଆ

   କର ଉଦ୍ଧାର ତୁମ ଭକ୍ତଗଣଙ୍କୁ ଏ ବିପତ୍ତିରୁ ହେ ମୋ ଜଗତଜିତା ମାଆ।। ( 6 )


Rate this content
Log in

Similar oriya poem from Abstract