STORYMIRROR

Kabiratna Nutan Kumar Behera

Abstract

4  

Kabiratna Nutan Kumar Behera

Abstract

ହେ ମା' ଦୁର୍ଗା ଆସ ଅବତରୀ

ହେ ମା' ଦୁର୍ଗା ଆସ ଅବତରୀ

1 min
285

  

ହେ ମା' ଦୁର୍ଗା ଆସ ଅବତରୀ 

         ଧରାଧାମେ ଆସ କୃପା କରି, 

ଏ ଦୀନ ଜନ କରେ ଗୁହାରି 

         ଦୁଃଖ ସାଗରରୁ କର ପାରି।

ଧରାପୃଷ୍ଠେ ଆସିଛି ଆଶ୍ବିନ 

          କରି ସ୍ତୁତି କରୁ ଆବାହନ,

ହୃଦୟର ଭକ୍ତିଭାବ ଘେନ 

          ପତିତ ଜନେ ହୁଅ ପ୍ରସନ୍ନ।

ପୁଲକି ଉଠୁ ଧରଣୀରାଣୀ 

         ସବୁଜ ରଙ୍ଗ କେଦାରେ ବୁଣି,

ରୁପେଲି ଚାନ୍ଦ ମଥାର ମଣି 

         ଚୁମୁକି ତାରା ପାଟ ଓଢଣୀ। 

ଧୋବ ଫର ଫର କାଶତଣ୍ଡୀ 

         ଭୂମିରେ ଦିଶେ ବଉଦ ଖଣ୍ଡି ,

ନଳିନେ ନଳିନୀ ଶୋଭା ମଣ୍ଡି 

          ମନ ହରିବାକୁ ଅଛି ଉଣ୍ଡି।

ଆବାହନ ଲାଗି ସାଜସଜ୍ଜା 

       ପୂଜା ଅର୍ଚ୍ଚନା ନୈବେଦ୍ୟ ବାଜା,

ଭକ୍ତ ଜନ ଆଗେ ଉଡେ ଧ୍ଵଜା

         ଉଭା ହୁଅ ମାଆ ଦଶଭୁଜା। 

ଆକୁଳେ ବିକଳେ ଡାକୁ ଆଜି 

         ଦୁଃଖ ଯନ୍ତ୍ରଣାରେ ଭିଜି ଭିଜି, 

ତୁମ ଆରାଧନେ ଅଛୁ ମଜି 

       ସୁରକ୍ଷାର ପଥ ଆଗେ ଖୋଜି। 

ହେ ମା' ଦୁର୍ଗା ଆସ ଅବତରୀ 

          ଆସ ତୁମ ଦିବ୍ୟ ରୂପ ଧରି, 

ପାପ ଭାରେ ମହୀ ଉଠେ ଥରି 

        ସ୍ଵାର୍ଥ ପାଇଁ ନର ସାଜେ ଅରି।

ମହିଷାସୁର ପରି ରାକ୍ଷସ 

           ବୁଲୁଛନ୍ତି କରି ସର୍ବନାଶ, 

ତ୍ରିଶୂଳ ଆଘାତେ ତାଙ୍କୁ ନାଶ 

          ବସୁନ୍ଧରାକୁ କର ଉଲ୍ଲାସ।

ତୁମେ ମାଆ ଆଦି ଶକ୍ତିମୟୀ 

         ଶ୍ରଦ୍ଧା ବିଶ୍ଵାସର ଦୟାମୟୀ, 

ଭକ୍ତି ଚିତ୍ତରେ ହୋଇ ଆଶାୟୀ 

        ହେବାକୁ ଚାହୁଁ ତୁମ ଆଶ୍ରୟୀ।

ହେ ମା' ଦୁର୍ଗା ଆସ ଅବତରୀ 

         ପ୍ରାର୍ଥନା କରୁ ଦିବା ସର୍ବରୀ ,

ଜଗତ ଜନକୁ ସୁଖ ଶିରୀ 

         ଦିଅ ବଳ ବୁଦ୍ଧି ହୃଦେ ଭରି।


 


Rate this content
Log in

Similar oriya poem from Abstract