STORYMIRROR

Shiba Charan Mahapatra

Abstract

2  

Shiba Charan Mahapatra

Abstract

ହେ କଳାଠାକୁର

ହେ କଳାଠାକୁର

1 min
179

ହେଜିବା ଶକତି ହୃଦୟେ ଭକତି 

     ହୃଦବୋଧ ମହାବାହୁ 

     ହୀନିମାନ ହୋଇ ହାରିବି କି ମୁହିଁ 

     ହରି ତୁମ୍ଭେ ଥାଉ ଥାଉ..


କର୍ପୂର ଚନ୍ଦନ କପୋଳେ ଲେପିଣ 

    କନ୍କ ହାସ୍ୟ ଓଷ୍ଠେ ଖେଳେ

    କମଣିଆ ସାଜି କବଳିତ ଆଜି

    କପଟି ମୁଁ ମାୟା କୋଳେ..


ଲାଞ୍ଛିତ କଷଣ ଲାଡ ନାରାୟଣ 

     ଲାଳସା ତୋ ରଥ ଯାତ

     ଲୟ ଭକ୍ତି ସିନା ଲଳିତ କାମନା 

     ଲଭେ ମୀରାବାଈ ଚିତ୍ତ..

 

ଠାକୁର ରଜା ମୋ ସଙ୍ଗେ ଭକ୍ତ ପ୍ରଜା

     ଠେଲା ଠେଲି ବଡଦାଣ୍ଡେ

     ଠାରି ହାତ ତୁ'ହି ଠିକଣା ବତାଇ 

     ଠେସୁ ତୋର ନାମ ତୁଣ୍ଡେ..

 

କୁଣ୍ଢା କୁଣ୍ଢି ହୋଇ କୋଳେ ବୋହିନେଇ

    କାଠ ରଥେ ବିଜେକରି

    କେଡେ ସରଧାରେ କାହୁଁ କେତେ ଭକ୍ତ 

    କୁଣିଆ ହୁଅନ୍ତି ପୁରୀ..


ରତ୍ନ ସିଂହାସନ କରିଗଲ ଶୂନ୍ୟ 

    ରଥାରୁଢ ଭାବଗ୍ରାହୀ

    ରଙ୍ଗ ଅଧରର ରକ୍ତିମ ହସରେ

    ରିକ୍ତ ପ୍ରାଣ କ୍ଳେଶ ଧୋଇ..


 ହେ କଳାଠାକୁର..

    ନିତି ଦିନ ହେଉ ଘୋଷଯାତ୍ରା ତୋର

    ଯାଅ ଥରେ କଥାଦେଇ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract