STORYMIRROR

Papu parida

Classics Others Children

3  

Papu parida

Classics Others Children

ହେ କଳାଠାକୁର

ହେ କଳାଠାକୁର

1 min
328


ହେ କଳାଠାକୁର ଆହେ ମାୟାଧର

ଦରଶନ କେବେ ହୋଇବ ତୁମର।


ହେ ପାଳନହାରି ହେ ଭାବନାଉରୀ

ଲଗେଇବ କେବେ ତୁମ ପାଶେ ଡୋରି।


ହେ ପଦ୍ମଲୋଚନ ପତିତ ପାବନ

ଦିଅ ଦିଅ ଦିଅ ଟିକେ ଦରଶନ।


ଆହେ ଖଗପତି ଅଗତିର ଗତି

ସରୁନାହୁଁ ଦିନ ସରୁନାହିଁ ରାତି।


ଆହାର ଜଗନ୍ନାଥ କାଳିଆ ସାଆନ୍ତ

ଚକାଆଖି ଲାଗି ଅଛି ମୁଁ ଜୀବନ୍ତ।


ଶ୍ୱେତପଦ୍ମଜଳ ଆହେ ନୀଳଶୈଳ

ଅନ୍ତର ମାର୍ଜିତ ମନ ବି ବ୍ୟାକୁଳ।


ଆହେ ଚକ୍ରପାଣି ହେ ମଉଡ଼ମଣି

ତୁମ ଲୀଳା କାହିଁ ହେଉନାହିଁ ଜାଣି।


ଆହେ ଦଇତାରି ନିଳାଦ୍ରୀ ବିହାରୀ

କାହିଁକି ଦେଇଛ ମତେ ପର କରି।


ଆହେ ଜଗବନ୍ଧୁ ଆହେ କୃପାସିନ୍ଧୁ

ଝାଡିଦିଏ ତୁମ ମାୟାର ଅଳନ୍ଦୁ।


ଆହେ ନାରାୟଣ ହେ ଜଗମୋହନ

ଦରଶନ ହେଲେ ସାର୍ଥକ ଜୀବନ।


ଶେଷପର୍ଯ୍ୟନ୍ତ ପଢିବାକୁ ଅନୁରୋଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics