ହେ କବିତା ! ତୁମେ ତ ମୋ ଜୀବନ
ହେ କବିତା ! ତୁମେ ତ ମୋ ଜୀବନ
ହେ କବିତା ! ତୁମେ ତ ମୋ ଜୀବନ
ତୁମରି ପାଇଁ ଦେଖି ଆସୁଛି ଦୁଇ ନୟନ
ହେତୁ ହେବା ଦିନଠୁ ହୋଇ ଅସରନ୍ତି ସପନ
ମୋ ଭାବ ଭାବନାରେ ଆସ ପ୍ରତିକ୍ଷଣ
ମୋତେ କରି ରଖ ସଦା ଚେତନ
ଶବ୍ଦ ପଦମାନ କରାଇ ଦିଅ ସ୍ମରଣ
ଯା'ର ସଂଯୋଜନାରେ ଗୁନ୍ଥେ ମୁଁ ସୁମନ
କରି ନିତି କବିତାର ସୁନ୍ଦର ନିର୍ମାଲ୍ୟମାନ
ଦର୍ଶନେ ଶ୍ରବଣେ ପଠନେ ରଖି ଧ୍ୟାନ
ଅନୁଭବ କରେ ମୁଁ ତୁମେ ମୋ ସ୍ପନ୍ଦନ
ସଞ୍ଚାରିତ କର ମୋ ପ୍ରାଣରେ ପ୍ରାଣ
ଆସେ ମୋ ମନେ ନବ ନବ ଜାଗରଣ
ପ୍ରତିଭା ବିକାଶିବାକୁ ଆରମ୍ଭେ ଅଭିଯାନ
ହେ କବିତା ! ତୁମେ ତ ମୋ ଜୀବନ।
ମାଆ କୋଳେ ଜନମ ହେଲି ଯେଉଁଦିନ
କୁଆଁ କୁଆଁ ଶବ୍ଦ ଧ୍ଵନିରେ କଲି ମୁଁ କ୍ରନ୍ଦନ
ଭାବ ଭାଷା ଶିଖାଇଲେ ଆତ୍ମୀୟଜନ
ଗୁରୁଙ୍କର ପ୍ରେରଣାରେ କଲି ଅଧ୍ୟୟନ
ହୃଦବୋଧ କଲି ତୁମେ ଦେଉଛ ଆହ୍ବାନ
ଶବ୍ଦ ପୁଞ୍ଜର କୁଞ୍ଜେ ମୋ ମନ ବୃନ୍ଦାବନ
ରଚ଼ିଲା କଳ୍ପନାର ରାଇଜେ ଏକ ଭବନ
ସୂକ୍ଷ୍ମରୁ ସ୍ଥୂଳ ରୂପରେ ହେଲ ତୁମ ସୃଜନ
ଅଙ୍ଗେ ରଙ୍ଗେ ହେଲା ତୁମର ପରିସ୍ଫୁଟନ
ଲାଗ ତୁମେ ଚିର ସବୁଜ ସତ୍ୟ ଚିରନ୍ତନ
ତୁମ ପରଶରେ ପାଏ ମୁଁ ରଚିବାର ଇନ୍ଧନ
ସ୍ଵତନ୍ତ୍ର ପରିଚୟଟିଏ କଲ ମୋତେ ପ୍ରଦାନ
ହେ କବିତା ! ତୁମେ ତ ମୋ ଜୀବନ।
ବାଲ୍ୟରୁ ପରିଣତ ବୟସେ କଲି ପଦାର୍ପଣ
ଶୈଶବରୁ ଅଦ୍ୟାବଧି କରୁଛି ଶ୍ରମ ସାଧନ
ଦେଉଛ ହସ ବାସ ମହକର ପ୍ରୀତି ଚନ୍ଦନ
ସଂସାରେ ବାନ୍ଧିଛି ସଂପର୍କର ମଧୁର ବନ୍ଧନ
ପାଏ ସ୍ନେହ ଶ୍ରଦ୍ଧା ଯଶ ଗୌରବ ସମ୍ମାନ
କବିତା ରୂପରେ ତୁମେ ତ ମୋ ଜୀବନ
ଭୁଲି ମୁଁ ପାରୁନି ପାରିବିନି ତୁମର ସୁଗୁଣ
ପାରୁ ପର୍ଯ୍ୟନ୍ତ ଦିଏ ତୁମ ଦାନର ପ୍ରତିଦାନ
ତୁମ ଆଶ୍ରୟେ ଆଶ୍ରିତ ହୋଇ କରେ ଚିନ୍ତନ
ତୁମ ଭିତରେ କରେ ମୁଁ ପରଂବ୍ରହ୍ମଙ୍କୁ ଦର୍ଶନ
ତୁମେ ରହିଛ ମୋ ଅନ୍ତରରେ ବର୍ତ୍ତମାନ
ଚାଲିଗଲେ ମୁଁ ତୁମ ଭିତରେ ଥିବି ଚିରଦିନ
ହେ କବିତା ! ତୁମେ ତ ମୋ ଜୀବନ...।
