STORYMIRROR

Narendra Prasad Behera

Inspirational

3  

Narendra Prasad Behera

Inspirational

ହେ ଜଗତପତି

ହେ ଜଗତପତି

1 min
35


କାହିଁକି ନିଷ୍ଠୁର  ହୋଇଲ ପ୍ରଭୁ ହେ

  ଏ ବିଶ୍ୱ ଜନତା ପାଇଁ

ନେତ୍ରଖୋଲି ଥରେ ଦେଖ ମହାବାହୁ

   କାନ୍ଦେ ଭକ୍ତ କଇଁ କଇଁ ।୧।


ଘୋର ବନସ୍ତରେ ମୃଗୁଣୀ ଡାକିଲା

  ରକ୍ଷାକର ବାରେ ମୋତେ

ଜୀବନ ମୋହର  ଯିବାକୁ ବସିଛି

  କେମିତି ଡାକିବି ତୋତେ ।୨।


କେତେ ତପୋବଳେ ମଣିଷ ଜନମ

   ପାଇଣ ଥିଲି ମହୀରେ

ଦାନ ଧ୍ୟାନ ପୂଣ୍ୟ କଲି ଆନନ୍ଦରେ

  ବଞ୍ଚିବି ବୋଲି ସୁଖରେ ।୩।


ସୁଖ ନେଇ ଦୁଃଖ ଭରିଲୁ କପାଳେ

  କହ କାହିଁ ପାଇଁ ଆଜି 

ଦୁଃଖ ଦୂର ପାଇଁ ଡାକୁଛି ଆକୁଳେ

  କାହିଁକି ହେଉନୁ ରାଜି ।୪।


ମଣିଷ ଜନମ  ଦେଲସିନା ପ୍ରଭୁ

  ବୁଝୁ ନାହଁ ଆଜି ଦୁଃଖ 

କିପରି ତରିବେ ଏ ସଂସାର ଲୋକ

  ନେତ୍ର ଖୋଲି ଥରେ ଦେଖ ।୫।


ମାନବ ସମାଜ  ବଞ୍ଚିଛି କେବଳ 

   ତୁମରି ମୁଖକୁ ଚାହିଁ

ଟେକିଦିଅ ହାତ ଯାଉ ମହାମାରୀ

  ଡେରି ଆଉ କର ନାହିଁ ।୬।


ଜଗତର ନାଥ  ଆହେ ଜଗନ୍ନାଥ

  ଜଗତ ଜନର ପତି

ତୁମ ଦୟାବଳେ ଏ ମୂଢ଼ ମାନବ

  ପାଇଣ ଯାଉ ମୁକତି ।୭।


କର୍ମଫଳ ଯାହା ଭୋଗିବାର ଥିଲା

  ସର୍ବେ ଭୋଗି ତ ଗଲେଣି 

ଆଉ ବେଶିଦିନ ଦିଅ ନାହିଁ ଦୁଃଖ 

  ତୁମ ଯଶ ରହିବନି ।୮।


ବୁଝିବନି ଯେବେ ଦୁଃଖ ମହାବାହୁ

  କାହିଁକି ପ୍ରଭୁ ହୋଇବ

ମାନବ ସମାଜ ଧ୍ୱଂସ ହୋଇଗଲେ

  ତୁମକୁ କିଏ ଡାକିବ ।୯।


କରୁଛି ପ୍ରାର୍ଥନା ହେ ଜଗତପତି

  ଦିଅବାରେ ଦରଶନ

ମାନବ ସମାଜେ ନରନାରୀ ଗଣ

  ଆନନ୍ଦେ କାଟନ୍ତୁ ଦିନ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational