STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

"ହେ ଜଗନ୍ନାଥ"

"ହେ ଜଗନ୍ନାଥ"

1 min
301


ନେତ୍ର ଖୋଲି ବାରେ ଦେଖ ମହାବାହୁ

    ଦୁଃଖରେ କାନ୍ଦୁଛି କିଏ

ତୁମ ଛତ୍ର ଛାୟା ଲୋଡାହୁଏ ପୁଣି

    ଯିଏବା ଯୋଉଠି ଥାଏ।୧।


ତୁମ ପାଇଁ ସିନା  ହସୁଛି ଜଗତ

    ସବୁରି ମଙ୍ଗଳ ପାଇଁ

ମୁକ ବଧିର ଯେ କହନ୍ତି ଶୁଣନ୍ତି

    କାହାକୁ ଅଛପା ନାହିଁ।୨।


ବିଶ୍ଵଠାକୁର ହେ ଗଢିଛ କିପରି

    ବିଶାଳ ଏହି ଭୁବନ

ମନ ଜାଣି ତୁମେ ଦେଉଅଛ ପୁଣି

    ଯାହାକୁ ଯେପରି ଦାନ।୩।


ଦୁଃଖୀ ରଙ୍କିଙ୍କର ଭରସା ସାଜିଛ

    ତୁଟାଇ ସବୁରି ମହ

ହୀନଜନଙ୍କୁ ତ ଦେଖାଇ ଆଲୋକ

    ହଟାଓ ସବୁରି କୋହ।୪।


ଗର୍ବୀ ଅହଙ୍କାରୀ କୁଟ ବା କପଟୀ

    ନିସ୍ତାର ନାହିଁ କାହାର

ସର୍ବ ଶେଷେ ପୁଣି ଲୋଡ଼ାହୋଇ ଥାଏ

    ଆଶୀର୍ବାଦ ଯେ ତୁମର।୫।


ଅଗତିର ଗତି ଅନାଥର ନାଥ

   ଆହେ ଜଗତ ଠାକୁର

ତୁମ ସୃଷ୍ଟି ଆଗେ କ୍ଷୁଦ୍ରଠାର ଥାଏ

   ବଡ଼ ପଣ ପାରିବାର।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational