STORYMIRROR

Bhagaban Otta

Classics Others

3  

Bhagaban Otta

Classics Others

ହେ ଜଗନ୍ନାଥ...

ହେ ଜଗନ୍ନାଥ...

1 min
199

ହେ ଜଗନ୍ନାଥ...

ମଣିଷ ଜନମ ମୋତେ

 ଦେଲୁ କାହିଁକି ?

ଦିନେ ନ ଭଜିଲି ପ୍ରଭୁ

ଚକାଆଖିକି..... ll


ଲୋଭ ମୋହ ସବୁ ଦେଲୁ

ସଂସାରରେ ଛନ୍ଦି ଦେଲୁ,

ଦୁଃଖ ପରେ ସୁଖ ଦେଲୁ

ମୋ କଥାକୁ ଭୁଲିଗଲୁ - 


କପାଳରେ ସୁଖ ଶାନ୍ତି

ମୋର ନାହିଁକି ?


ହେ ଜଗନ୍ନାଥ......

ମଣିଷ ଜନମ ମୋତେ

 ଦେଲୁ କାହିଁକି ?

ଦିନେ ନ ଭଜିଲି ପ୍ରଭୁ

ଚକାଆଖିକି....ll



ମାୟା କର ନାହିଁ ପ୍ରଭୁ

ଦୟା ମୟ କୃପାସିନ୍ଧୁ,

ବୁଡି ଯାଏ ଭବ ଜଳେ

ରକ୍ଷା କର ଦୀନବନ୍ଧୁ - 


ନିଷ୍ଠୁର ହୁଅନା ପ୍ରଭୁ

ମୋର ପାଇଁକି....


ହେ ଜଗନ୍ନାଥ......

ମଣିଷ ଜନମ ମୋତେ

 ଦେଲୁ କାହିଁକି ?

ଦିନେ ନ ଭଜିଲି ପ୍ରଭୁ

ଚକାଆଖିକି....ll


ପାପ ତାପ ନାଶ କର

ଦୋଷ ଥିଲେ କ୍ଷମାକର,

ପତିତପାବନ ବାନା

ଉଡ଼ୁ ଥାଉ ଫର ଫର - 


ଧନ ଜନ ଲୋଡ଼ାନାହିଁ

ମୋର ପାଇଁକି....


ହେ ଜଗନ୍ନାଥ......

ମଣିଷ ଜନମ ମୋତେ

 ଦେଲୁ କାହିଁକି ?

ଦିନେ ନ ଭଜିଲି ପ୍ରଭୁ

ଚକାଆଖିକି....ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics